Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ବ୍ଲକ ସ୍ତରୀୟ କ୍ରୀଡା ଚୟନ ପ୍ରତିଯୋଗିତା..

ଲକ୍ଷ୍ମୀପୁର ୨୭.୦୯ .. ଲକ୍ଷ୍ମୀପୂର ସାଙ୍ଗାନା ଉଚ୍ଚ ବିଦ୍ୟାଳୟ  ବ୍ଲକ୍ ସ୍ତରୀୟ କ୍ରୀଡା ଚୟନ ପ୍ରତିଯୋଗିତା ୨ ଦିନ ଧରି ଚାଲି ଥିବା ବେଳେ ବୁଧବାର ଦିନ ଶେଷ ହୋଇଛି। ବ୍ଲକ୍ ସ୍ତରୀୟ କ୍ରୀଡା ଚୟନ କମିଟି ର ସଭାପତି ତଥା ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା ଓ ପରିଚାଳନା ସମ୍ପାଦକ ଗୋପାଳ ମଣ୍ଡଳ ଏହି ପ୍ରତିଯୋଗିତା କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମାନସ କୁମାର ମୁଖାର୍ଜୀ, ପ୍ରିୟମ୍ବଦା ପାତ୍ର ଓ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ।ପ୍ରଥମେ ମୂଖ୍ୟ ଅତିଥି ମଶାଲ ପ୍ରତିଷ୍ଠା କରିବା ପରେ  ବିଭିନ୍ନ କ୍ରୀଡା ଅନୁଷ୍ଠିତ ହୋଇଥିଲା।କ୍ରୀଡା ପ୍ରତିଯୋଗିତା ମଧ୍ୟରେ ଦୌଡ଼,ଫିଙ୍ଗା, ଡିଆଁ ପ୍ରତିଯୋଗିତା,ଖୋଖୋ, କବାଡି, ଫୁଟବଲ୍, ବାଡ଼ିମିନ୍ତୋନ ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।୧୭ ଓ ୧୪ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ୧୬ ଟି ଉଚ୍ଚ ବିଦ୍ୟାଳୟ ଓ କେତେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୦୦ ରୁ ଉର୍ଦ୍ଧ ପ୍ରତିଯୋଗୀଙ୍କ ମଧ୍ୟରୁ ୫୦ ରୁ ଅଧିକ ପ୍ରତିଯୋଗୀ ଜିଲ୍ଲା ସ୍ତରକୁ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ସମସ୍ତ ପ୍ରତି ଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ ଚୟନ ପ୍ରତିଯୋଗିତା କୁ ବ୍ଲକ୍ କ୍ରୀଡା ସମ୍ପାଦକ ଆଶୀର୍ବାଦ ନାୟକ,ଯୋଗ ପ୍ରଶିକ୍ଷକ ନବଘନ ରାଉତ,କ୍ରୀଡା ଶିକ୍ଷକ ମଳୟ କୁମାର ଶତପଥୀ, ଦେବାନନ୍ଦ ଚଣ୍ଡୀ, ରାଜିବ ଲୋଚନ ସ୍ୱାଇଁ, ଟୁନା ମୁଦୁଲି, ଲକ୍ଷ୍ମୀଧର ବେହେରା, ସବିତା ପ୍ରଧନୀ, ସୂଚିତ କୁମାର ଖରା, ମାନସୀ ପଟ୍ଟନାୟକ, ହେନା ଖୋସଲା ପ୍ରମୁଖ ପରିଚାଳନା କରିଥିବା ବେଳେ ଶିକ୍ଷକ ସପନ କୁମାର ଦିକ୍ଷୀତ, ଶଙ୍କର ଗୁଡୁମ୍ବକା,ସୁକାନ୍ତ ଯାଦବ ପ୍ରିୟଙ୍କା ବିଶୋଇ, ମମତା ମହାନ୍ତି, ଚକ୍ରଧର ଧର, ଗୋପୀ ନାଥ ମହାପାତ୍ର ଓ ଫକିର ମୋହନ ସାହୁ ପ୍ରମୁଖ ସହଯୋଗ କରିଥିଲେ।କ୍ରୀଡା ପ୍ରତିଯୋଗିତା ରେ ସମସ୍ତ କାର୍ଯ୍ୟ ରେ ସଂଯୁକ୍ତା ତୁରୁକ୍, ନୂତନ ଚେଟି ,ବୈଜୟନ୍ତୀ ମିନିୟାକା ଓ ସ୍ବେଛସେବୀ ଛାତ୍ର ଛାତ୍ରୀ ସହଯୋଗ କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍ ମୁତୟନ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ