Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ବିଜେଡି ପୁନଃର୍ଗଠିତ, ଟିମରେ ୮୨

ସମ୍ବଲପୁର : ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ ଇଂ.ରୋହୀତ ପୂଝାରୀ ନିଯୁକ୍ତି ହେବାର ଗୋଟିଏ ଦିନରେ ଜିଲ୍ଲା ବିଜେଡି ପୁନଃର୍ଗଠିତ ହୋଇଛି।୮୨ ଜଣିଆ ଟିମକୁ ନେଇ ହୋଇଥିବା କମିଟିକୁ ଦଳ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଦସ୍ତଖତରେ ଏକ ପ୍ରେସ ରିଲିଜ କରାଯାଇଛି।ଏହି ତାଲିକାରେ ୧୨ ଜଣ ଉପ ସଭାପତି,୨୬ ଜଣ ସାଧାରଣ ସଂପାଦକ,୩୧ ଜଣ ସଂପାଦକ ସହିତ ବ୍ଲକ୍ ଓ ମହାନଗର ଓ ୨ ବିଜ୍ଞାପିତ ଅଞ୍ଚଳ ପରିଷଦର ନାମ ଘୋଷଣା କରାଯାଇଛି। ଜିଲ୍ଲାର ୯ ବ୍ଲକ ମଧ୍ୟରୁ ମାନେଶ୍ୱର ବ୍ଲକ୍ ରେ ପୁର୍ବତନ ସଭାପତି ପୁଣି ସଭାପତି ଥିବାବେଳେ ସେଠାରେ ପୁଣି ଜଣେ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ୯ ବ୍ଲକରେ ୧୦ ବ୍ଲକ୍ ସଭାପତି ରହିଛନ୍ତି।ସେହିପରି ଗୁରୁତ୍ୱପୁର୍ଣ୍ଣ ସମ୍ବଲପୁର ମହାନଗର ନିଗମ ସଭାପତି ଭାବେ ସତୀଶ ବିଶି ଓ ଯଥାକ୍ରମେ କୁଚିଣ୍ଡା ଓ ରେଢାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାପତି ଭାବେ ନବୀନ ହୋତା ଓ ସିଦ୍ଧାର୍ଥ ଶଙ୍କର ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି। ସବୁଠୁ ବଡ କଥା ହେଲା ଅତି ତରବରିଆ ଭାବେ ପ୍ରସ୍ତୁତ ତାଲିକା ବିଜେଡିର ସଫଳତା ନାଁ ବିଫଳତାର ଚିତ୍ର ଆଙ୍କିବ,ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ। ବିଜେଡିର ଜିଲ୍ଲା ସଭାପତି ଇଂ.ରୋହୀତ ପୂଝାରୀଙ୍କ ଏହି ୮୨ ଜଣିଆ ନୂଆଁ ଟିମ ଦଳ ପାଇଁ କେତେ ବଡ ବଳ ହେଉଛି ତାହାକୁ ନେଇ କେବଳ ଲୋକଙ୍କ ଅପେକ୍ଷା ନାହିଁ ବରଂ ଦଳ ପାଇଁ ରୋହୀତଙ୍କ ବଳ ଓ କୌଶଳ ଦେଖିବାକୁ ଆଗାମୀ ସାଧାରଣ ନିର୍ବାଚନ ମଣ୍ଡଳୀର ଭୋଟର ଅନାଇ ବସିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ