Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ କ୍ଷୀର ଅମୃତ ତୁଲ୍ୟ, ଏଡିଏମ ଲଲାଟ ଲୁହା : ବରଗଡ଼ରେ ଜିଲ୍ଲା ସ୍ତରୀୟ ଷଷ୍ଠ ପୋଷଣ ମାସ ପାଳନ ଉତ୍ସବ

ଅତାବିରା /ବରଗଡ଼ 28/9- ବୁଧବାର ପୂର୍ବାହ୍ନରେ ବରଗଡ଼ ମିଶନ ଶକ୍ତି ଭବନ ଠାରେ ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହାଙ୍କ ଅଧ୍ୟକ୍ଷତାରେ ଜିଲା ସ୍ତରୀୟ ପୋଷଣ ମାସ ପାଳନ ଉତ୍ସବ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ହୋଇଯାଇଛି l ସୁପୋଷିତ ଭାରତ, ସ୍ଵାକ୍ଷର ଭାରତ, ତଥା ସଶକ୍ତ ଭାରତ ଗଢି ତୋଳିବା ହେଉଛି ଏହି ବୈଠକ ର ଲକ୍ଷ୍ୟ l ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଲୁହା ପ୍ରଦୀପ ଜାଳି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରୀନା ମହାନ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଲୁହା ପୋଷଣଯୁକ୍ତ ଆହାର ଗ୍ରହଣ କରିବା ଦ୍ୱାରା କିପରି ଆମେ ବିଭିନ୍ନ ପ୍ରକାର ରୋଗ ବ୍ୟାଧିରୁ ମୁକ୍ତ ହୋଇପାରିବା ସେ ବିଷୟରେ ଆଲୋକପାତ କରି ଶିଶୁ ମାନଙ୍କ ପାଇଁ ମାଁ କ୍ଷୀର ଅମୃତ ତୁଲ୍ୟ ବୋଲି ନିଜ ବକ୍ତ୍ୟବରେ ପ୍ରକାଶ କରିଥିଲେ l ଶିଶୁମାନେ ହେଉଛନ୍ତି ଦେହର ଭବିଷ୍ୟତ, ତାଙ୍କ ଉପରେ ହିଁ ଦେଶର ଉନ୍ନତି ଓ ପ୍ରଗତି ନିର୍ଭର କରେ l ତେଣୁ ଶିଶୁ ମାନଙ୍କ ଜନ୍ମରୁ ଯନ୍ନ ନେବା ନିହାତି ଆବଶ୍ୟକ l ସେଥିପାଇଁ ମାଆ ମାନଙ୍କୁ ସଚେତନ ତଥା ଜାଗ୍ରତ ହୋଇ ଶିଶୁମାନଙ୍କୁ ବୟସ ଅନୁପାତରେ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ପ୍ରଦାନ କଲେ ସେମାନେ ସୁସ୍ଥ ରହିବା ସହ ଭବିଷ୍ୟତ ରେ ଏକ ସୁନାଗରିକ ଭାବେ ଦେଶ ଗଠନ ରେ ସହାୟକ ହୋଇପାରିବେ l ଏଥିପାଇଁ ପ୍ରକଳ୍ପ ସ୍ତରୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ମାଆ ମାନଙ୍କୁ ସଚେତନ କରିବା ସହିତ ଆହୁରି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଅପପୁଷ୍ଟିକୁ ହ୍ରାସ କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ବରଗଡ଼ ଜିଲା ସମାଜ ମଙ୍ଗଳ ଅଧିକାରୀ ସାବିତ୍ରୀ କୁମୁରା ପ୍ରକାଶ କରିଥିଲେ l ଆଜିକାଲି ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ଔଷଧ ର ପ୍ରୟୋଗ ଦ୍ୱାରା ଖାଦ୍ୟ ଶସ୍ୟ ର ପୋଷକତତ୍ତ୍ୱ ଧୀରେ ଧୀରେ କମିଯିବା ସହିତ ଚାଷ ଜମିରେ ଉର୍ବରତା ହ୍ରାସ ପାଇବାରେ ଲାଗୁଛି l ଏହାଦ୍ୱାରା ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛୁ l ତେଣୁ ପ୍ରତିବର୍ଷ ନିଜ ନିଜର ଗୁରୁତ୍ୱପୂର୍ଣ ଦିବସରେ ଅନୁନ୍ୟ ଗୋଟିଏ ବୃକ୍ଷ ରୋପଣ କରି ତାର ଯତ୍ନ ନେବାକୁ ବରଗଡ଼ ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପ୍ରକଳ୍ପ ପରିଚାଳକ ଓଡିଶା ମିଲେଟ ମିଶନ ନାରାୟଣ ପାଣିଗ୍ରାହୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ବରଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ଗୃହ ବିଜ୍ଞାନୀ ସୁଶ୍ରୀତା ସାହୁ, ପୋଷଣ ପରାମର୍ଶଦାତା ଅଭିଷିକ୍ତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l ପଦ୍ମପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମିନାକ୍ଷୀ ରାଜ ଧନ୍ୟବାଦ ଅର୍ପଣ କରିଥିଲେ l ବରଗଡ଼ ପୌର ପରିଷଦ ଅଧିନସ୍ଥ ଅଙ୍ଗନବାଡି କର୍ମୀମାନେ ପୋଷଣ ସଚେତନତା ଆଧାରିତ ଏକ ସଂକୀର୍ତ୍ତନ୍ୟ ପରିବେଷଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ