Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ସୁରକ୍ଷା ଉପରେ ଅନ୍ୟାନ୍ୟ ହିତାଧିକାରୀ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୨୮/୦୯ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାମରଥବସା ଗ୍ରାମ ଠାରେ ଆର.ସି.ଡି.ସି. ଭୁବନେଶ୍ଵରଙ୍କ ତରଫରୁ ଓ ବି.ଏମ.ଜେଡ଼. ଶିଶୁ ଫଣ୍ଡ,ଜର୍ମାନଙ୍କ ସହାୟତା ରେ ଶିଶୁ ସୁରକ୍ଷା ଉପରେ ଅନ୍ୟାନ୍ୟ ହିତାଧିକାରୀଙ୍କ ପାଇଁ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତାଲିମଦାତ୍ରୀ ଭାବରେ ସୁଶ୍ରୀ ସ୍ୱର୍ଣଲତା ମହାନ୍ତି ଉପସ୍ଥିତ ରହି ଶିଶୁଙ୍କ ଅଧିକାର, ଶିଶୁ ସୁରକ୍ଷା, ଶିଶୁ ସମସ୍ୟା ଚିହ୍ନଟ ତଥା ଶିଶୁ ସୁରକ୍ଷା ସମିତିର ସଦସ୍ୟ ସଦସ୍ୟାଙ୍କ ସୁଦୃଢ଼ୀକରଣ ଉପରେ ତାଲିମ ପ୍ରଦାନ କରିଥିଲେ। ଏଥିରେ ଗ୍ରାମ ଶିଶୁ ସୁରକ୍ଷା ସମିତିର ସଦସ୍ୟ ସଦ୍ୟସ୍ୟା, ପ୍ରଧାନ ଶିକ୍ଷକ ଶ୍ରୀ ମାନ ଗୋବିନ୍ଦ ଶବର ଓ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ପ୍ରକଳ୍ପ ସଂଯୋଜକ ରଥୁରାମ ବାଗ, ଆର.ସି.ଡି.ସି. ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ସହାୟକ, ଦିନବନ୍ଧୁ ଛତ୍ରିଆ ଓ ପୂଜା ରାଉତ, ଶିଶୁ ଶିକ୍ଷା ସାଥୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ