Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଟି ଦୁର୍ଘଟଣା ରେ ତିନି ଯୁବକ ମୃତ୍ୟୁ , ଘଟଣାସ୍ଥଳରେ ଶୋକାକୁଳ ପରିବେଶ ।

ନାରାୟଣ ପାଟଣା,୨୮/୦୯/୨୩ କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକ ରେ ସ୍କୁଟି ଦୁର୍ଘଟଣା ରେ ତିନିଜଣ ଙ୍କ ମୃତ୍ୟୁ ଘଟିଛି।ମୃତ୍ୟୁବରଣ କରିଥିବା ଗୋଟିଏ ପରିବାରର ତିନିଜଣ ବୋଲି ଜଣ ପଡ଼ିଛି।ମୃତକ ମାନେ ହେଲେ ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲା ମକୁଆ ଥାନା ଅନ୍ତର୍ଗତ ଅଂସଭଦ୍ରା ଗ୍ରାମର ଜାନୀ ବାଲାରାଜୁ,ମାରି ଶିବା ଓ ମାୟା ଜୟ ରାଜୁ।ତିନିହେଁ କୌଣସି କାମରେ ନାରାୟଣ ପାଟଣା ବ୍ଲକ ର ଲଙ୍ଗବେଡା କୁ ଏକ ସ୍କୁଟି ଯୋଗେ ଆସି ନିଜ ଘରକୁ ଫେରୁଥିବା ବେଳେ କୁସୁମ ଘାଟିରେ ଭାର ସମ୍ୟ ହରାଇ ଦୁଇଶହ ମିଟର ତଳକୁ ଖସି ପଡ଼ି ଏକ ପଥରରେ ପଡ଼ି ଜାଇ ଥିଲେ।ଘଟଣା ସ୍ଥଳରେ ହିଁ ସେମାନଙ୍କ ଜୀବନ ଚାଲି ଯାଇଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଟି ଟି ଚୁରମାର ହୋଇଯାଇଥିଲା ।ଖବର ପାଇ ସ୍ଥାନୀୟ ପୋଲିସ ଆମ୍ବୁଲାନ୍ସ ନେଇ ଘଟଣା ସ୍ଥଳରେ ପହଂଚି ତିନି ମୃତଦେହ କୁ ଆମ୍ବୁଲାନ୍ସ ରେ ଆଣି ଥିଲେ ମଧ୍ୟ ରାତି ଅନେକ ହେବାରୁ ଆଜି ସବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ମୃତ ତିନିହେଁ ଗୋଟିଏ ପରିବାର ବୋଲି ଜଣା ପଡ଼ିଥିବା ବେଳେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ