ସେତ ପଦ୍ମା ର ମେଘ ବରଷିଲା ଟୁପୂର୍ ଟୁପୁର ।


ଭୁବନେଶ୍ବର,, ସେତ ପଦ୍ମା କଲ୍ଚରାଲ ଟ୍ରଷ୍ଟ,,ପକ୍ଷରୁ ବୁଧବାର ଦିନ ସଙ୍ଗୀତ ଭିତ୍ତିକ ଏକ କାର୍ଯ୍ୟକ୍ରମ ମେଘ ବରଷିଲା ଟୁପୂର୍ ଟୁପୁର , ଭୁନେଶ୍ବରସ୍ଥିତ ସୂଚନା ଭବନ ଠାରେ ଅନୁଷ୍ଠିତ ହୋଇଯାଇ ଅଛି । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଅତିଥି ଭାବେ,ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ କୁମାର ପାଟ୍ଟଶାହାଣୀ,ବିଧାୟକ,ଅନନ୍ତ ନାରାୟଣ ଜେନା,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ,ଅବସର ପ୍ରାପ୍ତ , ଆଇ,ଏ, ଏସ,ଆଲେଖଚନ୍ଦ୍ର ପଢ଼ିଆରୀ,ସମାଜ ବିଜ୍ଞାନୀ ଲିନା ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ସେତପଦ୍ମା ର ମୁଖ୍ୟ ସିତାଂସୁ ଶେଖର ରାଉତ ଙ୍କ ନିର୍ଦ୍ଦେଶନା ରେ ସଙ୍ଗୀତ ଆସରରେ, କଣ୍ଠ ଦାନ କରିଥିଲେ,ଗୀତିକାର ବୃନ୍ଦାବନ ଜେନା, ବାବାଜୀ ଚରଣ ଜେନା,ଗୌର ପଟ୍ଟନାୟକ,ମୋନାଲିସା ଦାସ, ସଫିକ ଅହମଦ,ମଧୁସୂଦନ ଦାସ,ଅଜୟ କୁମାର ମହାନ୍ତି,ହଂଶନାଥ ମୁଦୁଲି,ସ୍ନେହ ଲତା ପୃଷ୍ଟି ପ୍ରଭୁତି । ଏହି କାର୍ଯ୍ୟକ୍ରମ , ଉପସ୍ଥିତ ଥିବା ଦର୍ଶକ ତଥା ଶ୍ରୋତା ମାନଙ୍କୁ ଆକର୍ଷିତ କରିଥିଲା । ସଙ୍ଗୀତ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା କଳାକାର ମାନଙ୍କୁ,ଅତିଥିମାନେ ସମ୍ବର୍ଦ୍ଧିତ କରିଥିବା ବେଳେ,ଏହି ସୁନ୍ଦର୍ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଦୂରଦର୍ଶନ ର ବିଶିଷ୍ଟ କଣ୍ଠ ସ୍ଲିପି ମିନତି ରାଉତ ।