Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ ଓ୍ଵାର୍ମ ମ୍ୟାଚ୍ ପାଇଁ ଗୌହାଟୀ ପହଞ୍ଚିଲା ଟିମ୍ ଇଣ୍ଡିଆ, ଏହିପରି ହେଲା ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ କ୍ରିକେଟ୍ ଦଳ ବିଶ୍ଵକପ୍ ୨୦୨୩ର ଓ୍ଵାର୍ମ ଅପ୍ ମ୍ୟାଚ୍ ପାଇଁ ଗୌହାଟୀ ପହଞ୍ଚିଛି। ବିଶ୍ଵକପ୍ ୨୦୨୩ର ଶୁଭାରମ୍ଭ ଅକ୍ଟେବର ୫ରେ ହେବାକୁ ଯାଉଛି। ଭାରତୀୟ ଦଳ ଅକ୍ଟୋବର ୮ ତାରିଖରେ ନିଜର ଅଭିଯାନ ଆରମ୍ଭ କରିବ। ଏହି ମେଗା ଇଭେଣ୍ଟ ପୂର୍ବରୁ ସମସ୍ତ ଦଳ ଦୁଇଟି ଲେଖାଏଁ ଅଭ୍ୟାସ୍ ମ୍ୟାଚ୍ ଖେଳିବେ। ଭାରତ ସେପ୍ଟେମ୍ବର ୩୦ ତାରିଖରେ ନିଜର ପ୍ରଥମ ଓ୍ଵାର୍ମଅପ୍ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିବ। ଦ୍ଵିତୀୟ ଅଭ୍ୟାସ୍ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ତିରୁଅନନ୍ତପୁରମରେ ଖେଳିବ। ଏହିକ୍ରମରେ ଭାରତୀୟ କ୍ରିକେଟ୍ ଦଳ ଗୌହାଟୀ ପହଞ୍ଚି ଯାଇଛି। ଏହାର ଭିଡିଓ ପୋଷ୍ଟ କରି ସୂଚନା ଦେଇଛି ବିସିସିଆଇ। ଗୌହାଟୀରେ ଭାରତୀୟ ଦଳର ଭବ୍ୟ ସ୍ଵାଗତ କରାଯାଇଛି।

ଭାରତ ଗୁରୁବାର ନିଜର ବିଶ୍ଵକପ୍ ଦଳରେ ପରିବର୍ତ୍ତନ କରିଛି। ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ଅନୁଭବୀ ସ୍ପିନର ଆର ଅଶ୍ଵିନଙ୍କକୁ ଦଳରେ ସାମିଲ୍ କରାଯାଇଛି। ଏସିଆ କପ୍ ୨୦୨୩ ସମୟରେ ଅକ୍ଷରଙ୍କୁ ଆହତ ଲାଗିଥିଲା। ଆଶା କରାଯାଉଥିଲା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ସେ ଫିଟ୍ ହୋଇଯିବେ। ମାତ୍ର ତାଙ୍କୁ ଫିଟ୍ ହେବାକୁ ଅଧିକ ସମୟ ଲାଗିବାରୁ ତାଙ୍କ ସ୍ଥାନରେ ବିସିସିଆଇ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ସାମିଲ୍ କରିଛି।

ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ଵିନ, ଇଶାନ କିଶନ, ସୂର‌୍ୟ୍ୟକୁମାର ଯାଦବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ