Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ବ୍ଲକ ସ୍ତରୀୟ ପୋଷଣ ମାସ ପାଳିତ।ଅପପୃଷ୍ଟିରେ ଶିଶୁ ଯେମିତି ନରହିବେ ସେଥିପାଇଁ ଗୁରୁତ୍ବ।ଲକ୍ଷ୍ମୀପୁର

ଲକ୍ଷ୍ମୀପୁର ୨୯.୦୯… ଲକ୍ଷ୍ମୀପୁର ଶିଶୁ ବିକାଶ କାର୍ଯ୍ୟାଳୟ ନିକଟ ରେ ଥିବା କଲ୍ୟାଣ ମଣ୍ଡପ ଠାରେ ଆଜି ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳିତ ହୋଇଯାଇଛି।ଲକ୍ଷ୍ମୀପୁର ସିଡିପିଓ ପାର୍ବତି ଆଚାର୍ୟଙ୍କ ପରିଚାଳନା ରେ ଅନୁଷ୍ଠିତ ବୈଠକ ପ୍ରଥମେ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଜନ୍ମ ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନେ ଅପପୃଷ୍ଟିର ଶିକାର ଯେପରି ହେବେ ନାହିଁ ସେଥି ସକାଶେ ଶିଶୁ ବିକାଶ ଯୋଜନା ଦ୍ବାରା ସରକାରଙ୍କ ଏହା ଏକ ଅନନ୍ୟ ପଦକ୍ଷେପ ବୋଲି ମଞ୍ଚାସୀନ ଅତିଥି ମାନେ ପ୍ରକାଶ କରିଥିବା ବେଳେ ସିଡ଼ିପିଓ ଶ୍ରୀମତୀ ଆଚାର୍ଯ୍ୟ ଏହି ଦିବସର ତାତ୍ପର୍ଯ୍ୟ ଉପରେ ବୁଝାଇବା ସହଅପପୃଷ୍ଠିର ଶିକାର ହୋଇଥିବା ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯେମିତି ତୁରନ୍ତ ପ୍ରଦାନ କରାଯିବ ସେଥି ସକାଶେ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଉଛନ୍ତି, ତେଣୁ ଅଙ୍ଗନବାଡି କର୍ମୀମାନେ ସଜାଗ ରହିବେ ଓ କାର୍ଯ୍ୟ ସୁଚାରୁ ରୁପେ ତୁଲାଇବା ସକାଶେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡ.ତୃଷ୍ଣା ଦାସ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଆରତୀ କୁଲଦୀପ,
ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବତୋଷ ସ୍ଵାଇଁ,ବିଏସ୍ଏସ୍ଓ ଅଂଶୁମାନ ବେହେରା,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମାନସ କୁମାର ମୁଖାର୍ଜୀ,
ସିୱାଇଏସଡି ଓ ମିଲେଟ୍ ମିସନ ର ବ୍ଲକ ସଂଯୋଜକ ଚିତରଂଜନ ଗୌଡ ପ୍ରମୁଖ ମଞ୍ଚାଶିନ ଥିବା ବେଳେ
ସୁପରଭାଇଜର ଉର୍ମିଳା ମିଶ୍ର,ନମିତା ଜେନା ,ସ୍ବଚ୍ଚଳା ପାଢି,ରେଣୁକା ପଟ୍ଟନାୟକ,ଜେ.ଭାରତି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଓ ସିୱାଇଏସଡି ର ମିଲେଟ୍ ମିସନ ତରଫରୁ ବିଭିନ୍ନ ପ୍ରକାରର ସବୁଜ ପନିପରିବା,ଫଳ,ମୂଳ ଓ ପ୍ରୁଷ୍ଟିକର ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା।ମିଲେଟ ମିଶନ ତରଫରୁ ମାଣ୍ଡିଆ ରେ ତିଆରି ବିଭିନ୍ନ ପ୍ରକାର ସୁସ୍ବାଦ୍ୟ ଖାଦ୍ୟ ଅଣାଯାଇ ପ୍ରର୍ଦଶନି କରାଯିବା ପରେ ମାଣ୍ଡିଆର ମହତ ଗୁଣ ଉପରେ ବୁଝା ଯାଇଥିଲା,ପରେ ମାଣ୍ଡିଆ ରେ ତିଆରି ହୋଇଥିବା ଖାଦ୍ୟ କୁ ଉପସ୍ତିତ ଥିବା ନିମନ୍ତ୍ରୀତ ଅତିଥି ଓ ଶତାଧିକ ଅଙ୍ଗନବାଡି କର୍ମୀ ସହ ପାଚିକା ମାନଙ୍କୁ ବଣ୍ଟନ କରାଯାଇଥିଲା।ଏହି ପୋଷଣ ଦିବସରେ ବ୍ଲକରେ ଥିବା କାର୍ଯ୍ୟରତ ସମସ୍ତ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିବା। ମା କ୍ଷୀର ଦେଉଥିବା ଜଣେ ମହିଳା,ନିଜ ପିଲାର ଉପଯୁକ୍ତ ଯତ୍ନ ନେଇ ହୃଷ୍ଟପୃଷ୍ଟ ରେ ବଢ଼ାଇଥିବା ଜଣେ ମହିଳା ଓ ଜଣେ କିଶୋରୀ ବାଳିକା ନିଜେ ସଚେତନ ରହିବା ସହ ଗାଁରେ ସମସ୍ତଙ୍କୁ ସଚେତନ କରୁଥିବାରୁ ସେମାନଙ୍କୁ ପୁରଷ୍କୃତ କରା ଯାଇଥିଲା।ଶେଷରେ ବିଭାଗ ର କର୍ମଚାରୀ ଓ ଅଙ୍ଗନବାଡି କର୍ମୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସଚେତନତା ବାର୍ତା ପ୍ରଦାନକରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ