Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣା; ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ; କହିଲେ ଲିକ୍‌ ହୋଇନି ପ୍ରଶ୍ନପତ୍ର

ଭୁବନେଶ୍ବର: ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଆଜି ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଆଜି ପରୀକ୍ଷା ଶେଷ ଦିନ ଥିଲା। ପରୀକ୍ଷାରେ କୌଣସି ପ୍ରଶ୍ନପତ୍ର ତ୍ରୁଟି ନଥିଲା। ଏହା ମୁଦ୍ରଣ ଜନିତ ତ୍ରୁଟି ଥିଲା। ଏଥିପାଇଁ ଛାତ୍ରଛାତ୍ରୀ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏଥିପାଇଁ ଛାତ୍ରଛାତ୍ରୀ କି ଅଭିଭାବକ ବ୍ୟସ୍ତ ହେବା ଆବଶ୍ୟକ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ଭବିଷ୍ୟତ ପ୍ରତି ଧ୍ୟାନ ଦିଆଯିବ। ସଠିକ ଭାବେ ମୂଲ୍ୟାୟନ କରାଯିବ।

ବିରୋଧୀମାନେ ଆଜି ସକାଳେ ପୁରୀ ଜିଲ୍ଲାରେ ହୋଇଥିବା ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣା ସମ୍ପର୍କରେ ଯାହା କହୁଛନ୍ତି ସେ ତଥ୍ୟ ଆମ ପାଖରେ ନାହିଁ। ଏ ନେଇ ପୁରୀ ଜିଲ୍ଲାପାଳଙ୍କ ସହ ମୁଁ କଥା କୌଣସି ପ୍ରଶ୍ନପତ୍ର ଲିକ୍‌ ହୋଇନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ସେ ଆହୁରି କହିଛନ୍ତି ପ୍ରଶ୍ନକାଳରେ କିଛି ପ୍ରଶ୍ନକୁ ସେମାନେ ସାମ୍‌ନା କରିବାକୁ ଚାହୁଁନଥିବାରୁ ଏପରି କହିଛନ୍ତି।