Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମାଜିକ ଗଣମାଧ୍ୟମ ରେ ସତର୍କତା ଏବଂ ସାଇବର ନିୟମ” କର୍ମଶାଳା

ଲକ୍ଷ୍ମୀପୂର ୩୦.୦୯ ..ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ସ୍ଥାନୀୟ ତାଲୁକା ନ୍ୟାୟ କମିଟି ତରଫରୁ କମିଟି ଅଧ୍ୟକ୍ଷ ତଥା ଲକ୍ଷ୍ମୀପୁର ବିଚାରାଳୟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଯୁକ୍ତ ସୁରକ୍ଷିତ ମିଶ୍ର ମହୋଦୟଙ୍କ ସଭାପତିତ୍ବରେ “ସାମାଜିକ ଗଣମାଧ୍ୟମ ରେ ସତର୍କତା ଏବଂ ସାଇବର ନିୟମ” ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଚାରପତି ମହୋଦୟ ତାଙ୍କ ଭାଷଣରେ କିପରି ଭାବରେ ଆଜିକାଲି ସାଇବର ଅପରାଧ ହେଉଛି ଏବଂ କେମିତି ସେ ସବୁ ସମସ୍ୟାରୁ ଦୂରରେ ରହିବା ସେ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ସେହିପରି ସ୍ଥାନୀୟ ଏପିପି ଶ୍ରୀ ତପନ କୁମାର ପାଲ ଓ ବରିଷ୍ଠ ଆଇନଜୀବୀ ଶ୍ରୀ ସତ୍ୟ ନାରାୟଣ ଖରା ସାଇବର ଅପରାଧ ବିଷୟରେ ସୂଚେଇ ଥିଲେ। ଏହା ବ୍ୟତୀତ ମହାବିଦ୍ୟାଳୟର ଯୁକ୍ତ ଦୁଇ ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରାଧ୍ୟାପକ ଶ୍ରୀ ଗିରିଜା କୁମାର ଚୌଧୁରୀ ଓ ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀ ବିଜୁ ମୁଦୁଲି ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଏହି ସବୁ ସମସ୍ୟାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ଅଧ୍ୟାପକ ତାରେଣୀ ପ୍ରସାଦ ଶତପଥୀ, କାହ୍ନୁ ଚରଣ ବିଶୋୟୀ, ଶୀତଳ ପ୍ରସାଦ ଦାସ, ନାଏକ , ଲକ୍ଷ୍ମୀକାନ୍ତ ଟାକ୍ରୀ, ଓ ଅଧ୍ୟାପିକା ଶ୍ରୀମତୀ ହେଲେନ। ପ୍ରିୟଦର୍ଶିନୀ ସିଂ, ମୌତୁସି ପ୍ରଧାନ , ଶ୍ରୀମତୀ ସନ୍ତୋଷିନୀ ଦାଶ, ମହିମା ରାଣୀ ରାଜୁ, ଜୟଶ୍ରୀ ପଟ୍ଟନାୟକ ତଥା ସ୍ଥାନୀୟ ଅଦାଲତର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅଦାଲତ ତରଫରୁ କ୍ଲର୍କ ଶ୍ରୀ ଶ୍ୟାମ କୁମାର ଦେବତା ଆୟୋଜନ କରିଥିଲେ ଏବଂ ଏଥିରେ ଯୁକ୍ତ ଦୁଇ ଯୁବ ରେଡକ୍ରସ ତରଫରୁ ଅଧିକାରୀ ଯଶୋବନ୍ତ ଗରଡା ଏବଂ ଯୁକ୍ତ ତିନି ଯୁବ ରେଡକ୍ରସ ତରଫରୁ ଅଧିକାରୀ ଶ୍ରୀମତୀ ସନ୍ତୋଷିନୀ ଦାସ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡଃ ଜଗନ୍ନାଥ ରଥ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ