ତରଭା ଥାନାରେ ଆମ ପୋଲିସ ସମିତି ବୈଠକ ସାଇବର ଅପରାଧ ଉପରେ ଫୋକସ


ଆମ ଦେଶ ତଥା ରାଜ୍ୟରେ ସାଇବର ଅପରାଧ ଦିନକୁ ଦିନ ବଢି ଚାଲିଛି।ଆପଣଙ୍କ ମୋବାଇଲ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ ହେଉଛି।ସାଇବର ଅପରାଧୀ ମାନେ ପ୍ରତିଦିନ ନୂଆ ନୂଆ ଉପାୟ ଅବଲମ୍ବନ କରି ଜନସାଧାରଣଙ୍କୁ ଲୁଟୁଛନ୍ତି।ସାଇବର ଅପରାଧୀଙ୍କ ଲୁଟରୁ ବଞ୍ଚିବାକୁ ହେଲେ ସଚେତନ ହେବା ନିହାତି ଜରୁରୀ ବୋଲି ଶନିବାର ତରଭା ଥାନା ପରିସରରେ ଆୟୋଜିତ ଆମ ପୋଲିସ ସମିତି ବୈଠକରେ ଆଇଆଇସି ଅନିତା କିଡୋ କହିଥିଲେ।ପୂର୍ବାହ୍ନ ୧୧.୩୦ରେ ଆୟୋଜିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇ ଆରତୀ କହଁର,ମେଣ୍ଡା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ସାହୁ ମଞ୍ଚାସିନ ଥିଲେ।ସାଇବର ଅପରାଧୀଙ୍କ ଦୌରାତ୍ମ୍ୟରୁ ନିଜର କଷ୍ଟ ଅର୍ଜିତ ଧନକୁ କିଭଳି ସୁରକ୍ଷିତ ରଖିବା ସେଥିପାଇଁ ଅକ୍ଟୋବର ୭ ତାରିଖ ଏକ ସଚେତନତା ରଥ ତରଭାକୁ ଆସିବ ବୋଲି ଆଇଆଇସି ଶ୍ରୀମତୀ କିଡୋ ସଭ୍ୟ ମାନଙ୍କୁ ସୂଚନା ଦେଇଥିଲେ।ଏହି ରଥ ଖାରି, ତରଭା ନୁଆଁପଡା ଛକ,ବାଳକ ହାଇସ୍କୁଲ, ଦୁର୍ଗା ମଣ୍ଡପ ଛକ,ଏଇଏସ କଲେଜ ଓ ଅନ୍ତର୍ଡ।ରେ ଏଲଇଡି ଲାଇଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବ।ଯଦି କେହି ସାଇବର ସମ୍ପର୍କିତ ଠକେଇର ଶିକାର ହୁଅନ୍ତି ତେବେ ୧୯୩୦ କୁ ଡାଏଲ କରି ଅଭିଯୋଗ କରିବାକୁ କହିଥିଲେ।
ଏହା ବ୍ୟତୀତ ବୈଠକରେ ତରଭା ସହରର ଟ୍ରାଫିକ ସମସ୍ୟା, ବୁଲା ଗୋରୁ ଗାଈ ସମସ୍ୟା,ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।ଆମ ପୋଲିସ ସମିତି ବୈଠକକୁ ଆସିବା ପାଇଁ ଏନଏସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଉଛି ହେଲେ କେହି ଆସୁନଥିବାରୁ ସଭ୍ୟ ମାନେ ଅସନ୍ତୋଷ ପ୍ରକାଶ କରି ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ।ସହରର ଅନେକ ଗାଡି ମାଲିକ ସେମାନଙ୍କ ଚାରି ଚକିଆ ଗାଡି ରାସ୍ତା କଡରେ ପାର୍କିଂ କରି ରଖୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଏଭଳି ଗାଡି ମାଲିକଙ୍କ ଉପରେ ଚାଲାଣ କାଟିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
କମସରା ଫାଣ୍ଡି ଅଧୀନରେ ୧୦୮ଖଣ୍ଡ ଗ୍ରାମ ରହିଥିବା ବେଳ ଜଣେ ଏଏସଆଇ, ୩ଜଣ କନଷ୍ଟେବଳ ନିଯୁକ୍ତି ପାଇଛନ୍ତି।ଫଳରେ ଅପରାଧ ନିୟନ୍ତ୍ରଣରେ ଅସୁବିଧା ସୃଷ୍ଟି ହେଉଛି।ଏହି ଫାଣ୍ଡିରେ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବାକୁ ବ୍ରାହ୍ମଣୀ ସମିତି ସଭ୍ୟ ରାମ ସାହୁ ଦାବି କରିଥିଲେ।
ବୈଠକରେ ସାମ୍ବାଦିକ ଅଶୋକ ସାହୁ, ମାନଭଞ୍ଜନ ମିଶ୍ର, ରାଜକୁମାର ମାହାଣା,ନରୋତ୍ତମ ମଲ୍ଲିକ,ଅନ୍ତର୍ଯ୍ୟାମୀ ସାହୁ,କପିଳାସ ସେଠ,କଲ୍ୟାଣ ନାଏକ,ଅକ୍ଷୟ ବାଘ, ମନୋଜ ମନହିରା,ଭୋଳା ବର୍ମା,ଶ୍ରୀକାନ୍ତ ମିଶ୍ର,ପୂର୍ବତନ ନଗରପାଲ ଶୈଳେନ୍ଦ୍ର ସାହୁ, ଜୟପ୍ରକାଶ ନାରାୟଣ ସାହୁ,କାନ୍ତାନାଥ ସରାଫ,କ୍ଷେତ୍ରବାସୀ ସାହୁ, ଜୟକିଶୋର ସାହୁ, କଳାକାହ୍ନୁ ଦଳବେହେରା,ଦେବେନ୍ଦ୍ର ନାଏକ,ରାମ ନାଏକ,ବିଜୟ ପ୍ରକାଶ ମେହେର,ରାମ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।