Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷ୍ଟେସନରେ ଘଟିଲା ଲଜ୍ଜାଜନକ ଘଟଣା; ବିଜ୍ଞାପନ ବଦଳରେ ସ୍କ୍ରିନ୍‌ରେ ଚାଲିଲା ଅଶ୍ଲୀଳ କ୍ଲିପ୍‌

ପାଟନା: ରେଳ ଷ୍ଟେସନ ଯେଉଁଠି ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ। ହେଲେ ଏହି ଭିଡ ଭିତରେ ଏଭଳି ଏକ ଘଟଣା ଘଟିଗଲା ଯାହାକୁ ଦେଖିବା ପରେ ଲୋକେ ଲାଜରେ ମୁଣ୍ଡ ପୋତି ଦେଲେ। ରେଳ ଷ୍ଟେସନରେ ଚାଲିଥିବା ଟିଭି ସ୍କ୍ରିନ୍‌ରେ ହଠାତ୍ ଚାଲିଲା ବ୍ଲୁ-ଫିଲ୍ମ । ୩ ମିନିଟ୍ ଧରି ବିଜ୍ଞାପନ ବଦଳରେ ସ୍କ୍ରିନ୍‌ରେ ଚାଲିଥିଲା ଅଶ୍ଲୀଳ କ୍ଲିପ୍‌। ଏହି କ୍ଲିପ୍ ଦେଖି ଲାଜରେ ମୁହଁକୁ ମୁହଁ ଚାହିଁପାରିଲେନି ଲୋକେ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବିହାରର ରାଜଧାନୀ ପାଟନାରେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ମାମଲା ରୁଜୁ କରିଛି। 

ସମୟ ରବିବାର ସକାଳ ୧୦ଟା। ପାଟନାର ରେଲୱେ ଷ୍ଟେସନର ୧୦ ନମ୍ବର ପ୍ଲାଟଫର୍ମରେ ବିଜ୍ଞାପନ ବଦଳରେ ଚାଲିଥିଲା ଅଶ୍ଳୀଳ ଫିଲ୍ମ। ଷ୍ଟେସନରେ ଥିବା କିଛି ଯାତ୍ରୀ ଏହି ପୂରା ଘଟଣାର ଦୃଶ୍ୟ ମୋବାଇଲରେ ରେକର୍ଡ କରିଥିଲେ। ଏହାକୁ ବିରୋଧ କରିବା ସହ ରେଲୱେ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। 

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ ହୋବାରୁ ଆର୍‌ପିଏଫ୍‌ ‘ଟିଭି ସ୍କ୍ରିନ୍‌’ରେ  ବିଜ୍ଞାପନ ପ୍ରଦର୍ଶନ କରାଉଥିବା ଦତ୍ତ କମ୍ୟୁନିକେସନ୍ ସହିତ ଯୋଗାଯୋଗ କରିଥିଲା। ଅଶ୍ଲୀଳ କ୍ଲିପ୍ ପ୍ରସାରଣ ତୁରନ୍ତ ବନ୍ଦ କରିବା ଲାଗି ଏଜେନ୍‌ସିର ଅପରେଟର୍‌ମାନଙ୍କୁ ନିର୍ଦ୍ଦେଶ ଦେଇଥିଲା।

ତେବେ ରେଳ ଷ୍ଟେସନରେ ତ ଅଶ୍ଲୀଳ କ୍ଲିପ୍‌ ପ୍ରସାରଣ ବନ୍ଦ ହୋଇଯାଇଥିଲା। ହେଲେ ସୋଶାଲ ମିଡିଆରେ ଘୂରି ବୁଲିଥିଲା ଏହି କ୍ଲିପ୍‌। ଏହାକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇଥିଲା। କିଛି ୟୁଜର୍ସ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ରେଳ ମନ୍ତ୍ରାଳୟକୁ ମଧ୍ୟ ଏହି ଭିଡିଓ ଟ୍ୟାଗ୍ କରିଛନ୍ତି।

ଅନ୍ୟପଟେ ରେଳବାଇ ଉକ୍ତ ଏଜେନ୍‌ସି ନାଁରେ ମାମଲା ରୁଜୁ କରିବା ସହ ତାକୁ କଳା ତାଲିକାଭୁକ୍ତି କରିଛି। ଏହାସହ ଏଜେନ୍ସି ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇଛି। ଏହାଛଡ଼ା, ରେଳୱେ ବିଭାଗ ମଧ୍ୟ ସେ ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି।

More Stories