Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନୀଲ ଗାଭାସ୍କରଙ୍କ ବଡ଼ ଭବିଷ୍ୟତବାଣୀ, କହିଲେ- ଭାରତ ନୁହେଁ ଏହି ଦଳ ଜିତିବ ବିଶ୍ଵକପ୍ ଟାଇଟଲ୍

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ ଆରମ୍ଭ ହେବାକୁ ଆଉ ମାତ୍ର ୪ ଦିନ ବାକି ରହିଛି। ଏମିତିରେ ଅନେକ ପୂର୍ବତନ କ୍ରିକେଟ୍ ଖେଳାଳି ଓ କ୍ରିକେଟ୍ ସମୀକ୍ଷକ ସେମି ଫାଇନାଲ୍, ଫାଇନାଲିଷ୍ଟ ଓ ବିଜେତାକୁ ନେଇ ନିଜ ନିଜର ଭବିଷ୍ୟତବାଣୀ କରୁଛନ୍ତି। ଏହା ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର ବିଶ୍ଵକପ୍ ୨୦୨୩କୁ ନେଇ ନିଜର ଫେବରିଟ୍ ଟିମର ନାଁ କହିଛନ୍ତି।

ସେ କହିଛନ୍ତି, ଆଗାମୀ ବିଶ୍ଵକପ୍ ଭାରତ କି ଅଷ୍ଟ୍ରେଲିଆ ନୁହେଁ ବରଂ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଜିତିବ। ଏଥର ଇଂଲଣ଼୍ଡ ନିଜର ଟାଇଟଲ୍ ରଖିବାରେ ମଧ୍ୟ ସଫଳ ହୋଇପାରେ। ପୁରୁଷ କ୍ରିକେଟ୍ ବିଶ୍ଵକପ୍ ଇତିହାସରେ ଅଦ୍ୟାବଧି କେବଳ ଓ୍ଵେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ଦୁଇ ଦଳ ଟାଇଟଲ୍ ବଜାୟ ରଖି ପାରିଥିଲେ।

ଗାଭାସ୍କର କହିଛନ୍ତି, ଜୋସ ବଟଲରଙ୍କ ନେତୃତ୍ଵାଧୀନ ଦଳ ଇଂଲଣ୍ଡ ପାଖରେ ଏକ ଦମଦାର ବୋଲିଂ ୟୁନିଟ୍ ରହିଛି। ଏଥିରେ ତିନି ଜଣ ବିଶ୍ଵସ୍ତରୀୟ ଅଲରାଉଣ୍ଡର ସାମିଲ୍, ଯିଏ ଖେଳର ଗତିପଥକୁ ନିଜ ଦମରେ ବଦଳାଇବାରେ ସକ୍ଷମ। ଏହି ଦଳ ପାଖରେ ଦମଦାର ବ୍ୟାଟିଂ କ୍ରମ ମଧ୍ୟ ରହିଛି। ଦଳରେ ପ୍ରତିଭା ଏବଂ ସାମର୍ଥ୍ୟ ଭରପୁର ରହିଛି ବୋଲି ଷ୍ଟାର ସ୍ପୋର୍ଟ ସହ ଆଲୋଚନା ବେଳେ ଏହା କହିଛନ୍ତି ସୁନୀଲ ଗାଭାସ୍କର।

ଅନ୍ୟପଟେ ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଭାରତୀୟ କ୍ରିକେଟ୍ ଦଳର ସମର୍ଥନ କରିଛନ୍ତି। ସେ କହିଛନ୍ତି ଆୟୋଜକ ଦଳ ନିକଟରେ ବିଶ୍ଵକପ୍ ଜିତିବାର ସମସ୍ତ ଗୁଣ ରହିଛି। ତେଣୁ ପ୍ରତିଷ୍ଠିତ ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ଚାମ୍ପିଅନ ଦାବିଦାର ମଧ୍ୟରୁ ଭାରତ ଅନ୍ୟତମ ବୋଲି ଇରଫାନ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ