ଅନ୍ତର୍ଯ୍ୟାତିକ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ କଲେ ମନ୍ଦିର ପରିସର ସଫେଇ
        ଜମନକିରା : ସମ୍ବଲପୁର ଜିଲ୍ଲା ଉପଖଣ୍ଡ ସଦର ମହକୁମାରେ ଆଜି ସକାଳେ କୁଚିଣ୍ଡାସ୍ଥିତ ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ଘଣ୍ଟାଏ କାଳ ସଫେଇ କରିବା ସହ ଦୀପଦାନ ଓ ପୂଜା ଅର୍ଚ୍ଚନା କରିଥିଲେ। ପରେ ଦିବସର ମହତ୍ତ୍ଵ ସଂପର୍କରେ ଏକ ଆଲୋଚନା ସଭା କରା ଯାଇଥିଲା। ବରିଷ୍ଠ ନାଗରିକ ସଂଘର ସଭାପତି ଜୟପ୍ରକାଶ ଗୁପ୍ତାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ତଥା ଓକିଲ ପର୍ଶୁରାମ ସାହୁ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶାନ୍ତନୁ ସାହୁ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ଧୀରେନ୍ଦ୍ର କୁମାର ମହାନ୍ତି, କିଶୋର ପଧାନ, ଜଗନ୍ନାଥ ପାଣିଗ୍ରାହି, ଭକ୍ତବାତ୍ସଲ୍ୟ ଶର୍ମା ଏବଂ ଶେଷଦେବ ପଟେଲ ପ୍ରମୁଖ ଭାଷଣ ଦେଇ ବରିଷ୍ଠ ନାଗରିକ କିମ୍ବା ପରିବାର ଦେଶର ବୋଝ ନୁହେଁ ବରଂ ସମାଜର ଦିଗଦର୍ଶକ ଅଟନ୍ତି ବୋଲି କହିଥିଲେ। ଦିବସର ମହତ୍ତ୍ଵ ସଂପର୍କରେ ସୂଚନା ଦେଇ ବରିଷ୍ଠ ନାଗରିକଙ୍କ ନ୍ୟାର୍ଯ୍ୟଦାବି ପାଇଁ ସଂଗଠିତ ହେବାର ଆବଶ୍ୟକତା ଉପରେ ବକ୍ତାଗଣ ମତବ୍ୟକ୍ତ କରିଥିଲେ। ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳି ଜଣାଇବାକୁ ଯାଇ ଦେଶ ବ୍ୟାପୀ ସଫେଇ ଅଭିଯାନ ସହ ସ୍ଥାନୀୟ ବରିଷ୍ଠ ନାଗରିକ ସାମିଲ ହୋଇ ଝାଡୁ ଓ କୋଡି କୋଦଳ ଧରି ମନ୍ଦିର ପରିବେଶ ସଫେଇ କରିଥିଲେ। ବକ୍ତାଗଣଙ୍କ ସହ ନନ୍ଦକିଶୋର ପାଣିଗ୍ରାହୀ, ପର୍ଶୁରାମ ମିଶ୍ର, ସନ୍ତୋଷ ପଟେଲ, ଦେବେନ୍ଦ୍ର ପଣ୍ଡା, ବନମାଳୀ ଶତପଥୀ, ଜୟକିଶୋର ମହାପାତ୍ର, ଡମ୍ବରୁଧର ସେଠ, ସୁବାସ ପତି, ଯୋଗେଶ୍ୱର ପଧାନ, ବିରଞ୍ଚି ନାରାୟଣ ଖର୍ସେଲ, ଜନକମିଲ ଲାକ୍ରା ତଥା ଯୁବ ସହଯୋଗୀ ସଂଜିତ କୁମାର ଶର୍ମା, ବିରେନ୍ଦ୍ର ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପରେ ସମ୍ପାଦକ ଚିନ୍ତାମଣି ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

                        