Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ ଉଦଘାଟନୀ ସମାରୋହରେ ଦେଖିବାକୁ ମିଳିବ ବଲିଉଡ ଜଲଓ୍ଵା, ଏହି କଳାକାର ଦେଖାଇବେ ନିଜର ଯାଦୁ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ଵକପ୍ ୨୦୨୩ର ଶଙ୍ଖନାଦ ଆଉ ୨ ଦିନରେ ହେବାକୁ ଯାଉଛି। ଭାରତ ପ୍ରଥମ ଥର ଏକାକୀ ବିଶ୍ଵକପ୍ ଆୟୋଜନ କରୁଛି। ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅକ୍ଟୋବର ୫ ତାରିଖରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅକ୍ଟୋବର ୪ରେ ଏହି ଷ୍ଟାଡିୟମରେ ହିଁ ବିଶ୍ଵକପର ଉଦଘାଟନୀ ସମାରୋହ ଆୟୋଜିତ ହେବ। ଏଥିରେ ବଲିଡଉର ଜବରଦସ୍ତ ଜଲଓ୍ଵା ଦେଖିବାକୁ ମିଳିବ। ଉଦଘାଟନୀ ସମାରୋହରେ ବଲିଉଡର ଅନେକ ପ୍ରସିଦ୍ଧ କଳାକାର ନିଜ ପ୍ରଦର୍ଶନ କରିବେ। ସମାରୋହ ବୁଧବାର ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ।

ଏଥିରେ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ନିଜର ଡ୍ୟାନ୍ସରେ କ୍ରିକେଟ୍ ପ୍ରେମୀଙ୍କୁ ମନୋରଞ୍ଜନ କରିବେ। ମହାନ ଗାୟିକା ଆଶା ଭୋଂସଲେ ଓ ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ ଅରିଜିତ ସିଂ ନିଜର ଯାଦୁ ଦେଖାଇବେ। ଏହା ବ୍ୟତୀତ ଗାୟିକା ଶ୍ରେୟା ଘୋଷାଲ ମଧ୍ୟ ନିଜ ସ୍ଵରରେ ଦର୍ଶକଙ୍କୁ ମତୁଆଲା କରିବେ। ସଙ୍ଗୀତକାର ଓ ଗାୟକ ଶଙ୍କର ମହାଦେବନ ନିଜର କଣ୍ଠରେ ସଭିଙ୍କୁ ବିମୋହିତ କରିବେ। ଉଲ୍ଲେଖନୀୟ ମହାଦେବନ ୨୦୧୧ କ୍ରିକେଟ୍ ବିଶ୍ଵକପର ଥିମ ସଙ୍ଗ ଦେ ଘୁମାକେ ଗାଇଥିଲେ, ଯାହା ବେଶ ଲୋକପ୍ରିୟ ହୋଇଥିଲା।

ବିଶ୍ଵକପରେ ୧୦ଟି ଅଂଶଗ୍ରହଣ କରୁଛନ୍ତି। ରାଉଣ୍ଡ ରବିନ ଫର୍ମାଟରେ ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ଦଳ ୯ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଶୀର୍ଷ ୪ଟି ଦଳ ସେମି ଫାଇନାଲରେ ପ୍ରବେଶ କରିବେ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ରେ ଖେଲାଯିବ। ବିଶ୍ଵକପରେ ଭାରତ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ନିଜର ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୧୪ ତାରିଖରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ