Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁକ୍ରିବୁଢ଼ୀ ପ୍ରଦୁସର କମ୍ପାନିର ବାର୍ଷିକ ସାଧାରଣ ବୈଠକ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ଓ ବୋଡେନ ବ୍ଳକକୁ ନେଇ ଗଠିତ ଫାର୍ମର ପ୍ରଡ୍ୟୁସର କମ୍ପାନୀର ତୃତୀୟ ସାଧାରଣ ବୈଠକ ଲୋକଦୃଷ୍ଟି କଲେଜର ଅଡ଼ିଟୋରିୟମ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମ୍ପାନୀର ପରିଚାଳକ ଇନ୍ଦୁମତି ହାତୀ ନିର୍ଦେଶକ ସଭାପତିତ୍ୱ କରିଥିଲେ । ଲୋକଦୃଷ୍ଟି ସଂପାଦକ ଅବନି ମୋହନ ପାଣିଗ୍ରାହି ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଲୋକଦୃଷ୍ଟିର ଅତିରିକ୍ତ ଡାଇରେକ୍ଟର ଭୂତେଶ କୁମାର ମେହେରଙ୍କ ସମେତ ବିଭିନ୍ନ ବିଭାଗିୟ ସରକାରୀ କର୍ମକର୍ତା ଏଏଚ୍ଓ ମୋହିତ କୁମାର ନାଏକ, ଏଏଓ ପୂର୍ଣ୍ଣଚନ୍ଦ୍ର ନାଏକ, ବିପିସି ସଂପଦ ଦାସ, ଏଚଇଡବ୍ଲୁ ନରେଶ କୁମାର ତାଣ୍ଡି, ଡୁକ୍ରିବୁଢ଼ି କମ୍ପାନୀର ସିଇଓ ନୀଳମଣି ସା ଏବଂ ଖଡ଼ିଆଳ ଓ ବୋଡେନ ବ୍ଲକର ୨୪ ଟି ଗ୍ରାମ ପଂଚାୟତର ୪୭ଟି ପ୍ରଡ୍ୟୁସର ଗୃପ୍‌ ସଦସ୍ୟା ସକ୍ରିୟ ଭାବରେ ଯୋଗଦାନ କରିଥିଲେ । କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ବାର୍ଷିକ କାରବାର ବିବରଣି ସମସ୍ତ ସଦସ୍ୟାଙ୍କ ଆଗରେ ପ୍ରଜ୍ଜ୍ଵଳ ଭାବରେ ଉପସ୍ଥାପନ କରାଯାଇ ଚଳିତ ବର୍ଷର କାର୍ଯ୍ୟ ଯୋଜନା ପଠନ କରାଯାଇଥିଲା । କମ୍ପାନୀର ବିକାଶ ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ବାର୍ଷିକ କାରବାର, ବାର୍ଷିକ କାର୍ଯ୍ୟ ଯୋଜନା ପଠନ ପରେ ସଫଳ ଉତ୍ପାଦକ ଗୋଷ୍ଠୀ ଭାବରେ ଖଡ଼ିଆଳ ବ୍ଳକର ମୋହରା ଗ୍ରାମର “ଶୁଭଲକ୍ଷ୍ମୀ”’ ଉତ୍ପାଦକ ଗୋଷ୍ଠୀ ଓ ବୋଡେନ ବ୍ଲକର ଭେରୁଆମାଲ ଗ୍ରାମର “ମା ତୁଳସୀ” ଉତ୍ପାଦକ ଗୋଷ୍ଠୀ ସଫଳ ଉଦ୍ୟୋଗମିତ୍ର ଭାବରେ ଖଡ଼ିଆଳ ବ୍ଲକର ପଦମପୁର ଗ୍ରାମର ସତ୍ୟଭାମା ପଟେଲ, ବୋଡେନ ବ୍ଲକର ପୁଟୁପଡ଼ା ଗ୍ରାମର କମଲା ଜଗତ ସଫଳ ଚାଷି ଭାବରେ ଖଡ଼ିଆଳ ବ୍ଳକର ଚନାବେଡ଼ା ଗ୍ରାମର କମଲା ମାଝୀ ଏବଂ ବୋଡେନ ବ୍ଲକର ସାଲେପଡ଼ା ଗ୍ରାମର ଅଏଲେ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । କମ୍ପାନୀର ବାର୍ଷିକ ସାଧାରଣ ବୈଠକ ସାଫଲ୍ୟ ମଣ୍ଡିତ କରିବା ପାଇଁ ଲୋକଦୃଷ୍ଟିର କର୍ମୀ ବିଜୟ ତାଣ୍ଡି, ଏଲିଆ ନନ୍ଦ, ରୋହିତ କୁମାର ଦାଶ, ରୋହିତ ସାଗର, ମନୋଜ କୁମାର ପ୍ରଧାନୀ, ଜଗମୋହାନ ନାଗ, ତୁଲାରାମ ହୀତି, ରୁପତ କାଣ୍ଡ, ଧରମ ସିଂ ମାଝୀ, ସୁଜିତ କୁମାର ବୈଠାରୁ, ଜିତୁ ଦଳ, ଲୋକନାଥ କଟା, ସତ୍ୟ ପ୍ରଧାନୀ ପ୍ରମୁଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ