Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭାରେ ଶ୍ରୀରାମ ଶୌର୍ଯ୍ୟ ଜାଗରଣ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ମର୍ଯ୍ୟାଦା ପୂରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ବିଗ୍ରହ ପ୍ରବେଶ ଓ଼ ଅଯୋଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ସାରା ପ୍ରଚାରରେ ବାହାରିଥିବା ଶ୍ରୀରାମ ଶୌର୍ଯ୍ୟ ଜାଗରଣ ଯାତ୍ରା ରଥ ଆଜି ତରଭା ସହର ପରିକ୍ରମା କରିଛି। ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓଡିଶା ପଶ୍ଚିମପ୍ରାନ୍ତ ଓ଼ ତରଭା ଶାଖାବଜରଙ୍ଗ ଦଳ ନେତୃତ୍ୱରେ ଶୌର୍ଯ୍ୟ ଜାଗରଣ ଯାତ୍ରା ରଥ ସହର ପରିକ୍ରମା କରିଥିଲା I ଏହି ରଥ ବୌଦ୍ଧ ଜିଲ୍ଲାର କଣ୍ଟାମଳ ବ୍ଲକଦେଇ ତରଭା ବ୍ଲକର ବନ୍ଧକେଡା, ମାରାଡୁଗୋଚ୍ଛା, ରୁଗୁଡ଼ିପାଲି, କଦଳୀପାଲି ଛକ, ଘଣ୍ଟରାପାଳି ଦେଇ ତରଭା ପେଟ୍ରୋଲପମ୍ପ ନିକଟରେ ରଥ ପହଁଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇ ଥିଲା I ତରଭା ବିଶ୍ୱହିନ୍ଦୁ ପରିଷଦ ଓ଼ ବଜରଙ୍ଗ ଦଳ ଶାଖା ନେତୃତ୍ୱରେ ଶୌର୍ଯ୍ୟ ଜାଗରଣ ଯାତ୍ରା ରଥ ପରିକ୍ରମା କରିଥିଲା I ସହର ପରିକ୍ରମା ସମୟରେ ଗୃହ ମାନଙ୍କ ସମ୍ମୁଖରେ ପୂର୍ଣ୍ଣ କଳସ ମାନ ସ୍ଥାପନ କରାଯାଇ ମା ଭଉଣୀ ହୁଳହୁଳି ଦେଇ ରଥକୁ ସ୍ୱାଗତ କରିଥିଲେ।ପଶ୍ଚିମ ଓଡିଶା ଖଣ୍ଡ ପ୍ରମୁଖ ବିପିନ ବିହାରୀ ଗଡ଼ନାୟକ , ବଜରଙ୍ଗ ଦଳ ଜିଲ୍ଲା ପ୍ରମୁଖ ଜିତୁ ବଡ଼ମାଳୀ ନୀଳକଣ୍ଠେଶ୍ବର ମନ୍ଦିର ସମ୍ମୁଖରେ ବୌଦ୍ଧିକ ପ୍ରଦାନ କରିଥିଲେ I ଏଥିରେ ରାମନାରାୟଣ ବେଜ, ସଂଯୋଜକ ମାନସ କୁମାର ସାହୁ, ଶିରୀଶ ମହନ୍ତ, ପ୍ରବୀର ସାହୁ,ସୁବ୍ରତ ମହାଣା, ପିଣ୍ଟୁ ନାଏକ, ବିଷ୍ଣୁ ବେଜ, ସୁବଳ ଗୁରୁ, ଗଣେଶ ସାହୁ, ସ୍ୱାଗତ ଦାସ ,ଭବାନୀ ଶଙ୍କର ପଣ୍ଡା , ପ୍ରବୀଣ ଦଳବେହେରା, ବିମଳ ମେହେର ବିଶ୍ୱଜିତ ତ୍ରିପାଠୀ,ସମେତ ଶତାଧିକ ସଭ୍ୟ ସାମିଲ ଥିଲେ Iତରଭା ପରିକ୍ରମା ପରେ ରଥ ଶିଵତୁଲା, ଖାରି, ବଲାଡି, ନାରାୟଣପୁର ଦେଇ ଲଛିପୁରକୁ ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ