Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗିରିଧାରୀ ଲାଲ ଅଗ୍ରୱାଲ ଆଉ ନାହାନ୍ତି

ତରଭା ନୂଆପଡାର ସିମେଣ୍ଟ ବ୍ୟବସାୟୀ ଗିରିଧାରୀ ଲାଲ ଅଗ୍ରୱାଲ(୬୫)ଆଉ ନାହାନ୍ତି।ମଙ୍ଗଳବାର ଦିବା ୧.୫୫ ସମୟରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଯାଇଛି। ଗତ ଶୁକ୍ରବାର ରାତ୍ରିରେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପ୍ରଥମେ ତରଭା ଡାକ୍ତର ଖାନାକୁ ନିଆ ଯାଇଥିଲା ପରେ ବଲାଙ୍ଗୀର ଓ ସେଠାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଗୀତା ବାଇ ଅଗ୍ରୱାଲ, ପୁଅ ନବୀନ, ପ୍ରବୀଣ, ଝିଅ ବିନ୍ଦିଆ,ପୁତ୍ରବଧୁ ଆଞ୍ଚଳଙ୍କ ସମେତ ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।ଗିରିଧାରୀଙ୍କ ମର ଶରୀର ବୁଧବାର ଏଠାରେ ପହଞ୍ଚିବା ପରେ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି।ଗିରିଧାରୀଙ୍କ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ