ଆର୍ମି ଲେଖା ଥିବା ଗାଡିରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ।


ସମ୍ବଲପୁର-୦୪/୧୦ (ରମାକାନ୍ତ ବିଶ୍ବାଳ)
ଆର୍ମି ଲେଖା ଥିବା ଏକ ଚାରି ଚକିଆ କାର ରେ ୟୁପି ରାଜ୍ୟର ଗଞ୍ଜେଇ ମାଫିଆ କରୁଥିଲେ ଗଞ୍ଜେଇ ଚୋରାଚାଲାଣ l
ତେବେ ସମ୍ବଲପୁର ଦେଇ ଗଞ୍ଜେଇ ଚୋରାଚାଲାଣ ସମୟରେ ଶାସନ ଟୋଲ ପ୍ଲାଜା ଠାରେ ମାଡି ବସିଲା ଅବକାରୀ କାର୍ଯ୍ୟାଳୟ ଟିମ l ଆଉ ଚାରି ଚକିଆ କାର ମଧ୍ୟରୁ ଏକ ବନ୍ଧୁକ ସହ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ କୁ ଜବତ କରାଯାଇଛି l ସୁଚନା ଅନୁସାରେ
ବେଆଇନ ଚୋରା ଗଞ୍ଜେଇ କୁ ବରଗଡ଼ ଜିଲ୍ଲା ପଟରୁ ଉତ୍ତର ପ୍ରଦେଶ ରାଜ୍ୟ କୁ ଆର୍ମି ଲେଖା ଯାଇଥିବା ଏକ ଗାଡ଼ିରେ ଗଞ୍ଜେଇ ମାଫିଆ ମାନେ ଚୋରାଚାଲାଣ କରୁଥିବା ସମୟରେ ଗାଡ଼ିକୁ ଅବକାରୀ କାର୍ଯ୍ୟାଳୟ ର ଟିମ କାବୁ କରିବା ସହ ଉତ୍ତରପ୍ରଦେଶ ରାଜ୍ୟର ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଏହି ସମୟରେ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଗୋଟିଏ ଦେଶୀ ବନ୍ଧୁକ, ୨ ଟି ଜୀବନ୍ତ ଗୁଲି ସହ ଭାରତମାତା ପରିଯୋଜନାରେ କାର୍ଯ୍ୟ କରୁଥିବା ଅଧିକାରୀ ଙ୍କ ନକଲି ଆଇକାର୍ଡ କୁ ଜବତ କରାଯାଇଛି l ତେବେ ଗଞ୍ଜେଇ ମାଫିଆ ମାନେ ଏହି ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ କରୁଥିବା ଗାଡ଼ି ରେ ନକଲି ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ l ଏହି ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଜବତ ଗଞ୍ଜେଇ ର ଆନୁମାନିକ ମୁଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଳି ସମ୍ବଲପୁର ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି l