Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ରଚିଲା ଇତିହାସ, ଏସୀୟ କ୍ରୀଡ଼ାର ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବାର କଲା ରେକର୍ଡ

ନୂଆଦିଲ୍ଲୀ: ଚୀନର ହଙ୍ଗଝୌରେ ଖେଳା ଯାଉଥିବା ୨୦୨୩ ଏସୀୟ କ୍ରୀଡ଼ାରେ ଭାରତ ଇତିହାସ ରଚିଛି। ୨୦୨୩ ଏସୀୟ କ୍ରୀଡ଼ାର ୧୧ତମ ଦିନର ଖେଳ ଆରମ୍ଭରୁ ଭାରତ ୨ଟି ପଦକ ଜିତି ଏସୀୟ କ୍ରୀଡ଼ାର ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବାର ନୂତନ ରେକର୍ଡ କରିଛି।

ଭାରତ ଅଦ୍ୟାବଧି ଚଳିତ ଏସୀୟ କ୍ରୀଡ଼ାରେ ୭୧ ପଦକ ଜିତି ସାରିଛି। ଏସୀୟ କ୍ରୀଡ଼ା ଇତିହାସରେ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ୨୦୧୮ ଜାକାର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତ ୭୦ ପଦକ ଜିତିଥିଲା। ସେହି ସମୟରେ ଭାରତ ୧୬ ସ୍ଵର୍ଣ୍ଣ, ୧୩ ରୌପ୍ୟ ଓ ୩୧ କାଂସ୍ୟ ପଦକ ନିଜ ନାମରେ କରିଥିଲା।

ଚଳିତ ଏସୀୟ କ୍ରୀଡ଼ାରେ ଭାରତ ଏ ପର୍ଯ୍ୟନ୍ତ ୧୬ ସ୍ଵର୍ଣ୍ଣ, ୨୬ ରୌପ୍ୟ ଓ ୨୯ କାଂସ୍ୟ ପଦକ ଜିତିଥିଲା। ୧୧ତମ ଦିନରେ ତୀରନ୍ଦାଜିରେ କମ୍ପାଉଣ୍ଡ ମିଶ୍ରିତ ବର୍ଗରେ ଓଜସ ଦେବତାଲେ ଓ ଜ୍ୟୋତି ଭେନ୍ନମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ଭାରତ ଏସୀୟ କ୍ରୀଡ଼ାର ଗୋଟିଏ ସଂସ୍କରଣରେ ଅଧିକ ପଦକ ଜିତିବାର ନୂତନ ରେକର୍ଡ କରିଛି।

ଭାରତକୁ ବୁଧବାର ପ୍ରଥମ ପଦକ ଅଞ୍ଜୁ ରାଣୀ ଓ ରାମ ବାବୁଙ୍କ ଯୋଡ଼ି ଦେଇଛନ୍ତି। ଏହି ଭାରତୀୟ ଯୋଡ଼ି ୩୫ କିଲୋମିଟର ପାଦ ଚଲାରେ କାଂସ୍ୟ ପଦକ ଜିତିଛନ୍ତି। ୨୦୨୩ ଏସୀୟ କ୍ରୀଡ଼ାରେ ଏହା ଭାରତର ୭୦ତମ ପଦକ ଥିଲା। ଏହା ପରେ ଭାରତ ଇତିହାସ ରଚିବାର ଗୋଟିଏ ପାଦ ଦୂରରେ ଥିଲା। ଏହା ପରେ ତୀରନ୍ଦାଜିରେ ଓଜସ ଦେବତାଲେ ଓ ଜ୍ୟୋତି ବେନ୍ନମ କମାଲ କରି ସ୍ଵର୍ଣ୍ଣ ପଦକ ଜିତିଛନ୍ତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ