Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇବର ଠକେଇ ସଚେତନ ରଥ ପରିକ୍ରମାର ଜରୁରୀ କାଳୀନ କାର୍ଯ୍ୟକ୍ରମ

କୋରାପୁଟ ଜିଲ୍ଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଅନୁସାରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌର ପରିଷଦ ଅନ୍ତର୍ଗତ ସୁନାବେଡ଼ା -୧ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସୁନାବେଡ଼ା ପୋଲିସ ତରଫରୁ ସାଇବର ଠକେଇ ସଚେତନ ରଥ ଅଭିଯାନ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସାଇବର ରଥର ସୁଚାର ରୂପରେ ପରିକ୍ରମା କରାଇବା ପାଇଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର,ଏସ୍.ଡି.ପି.ଓ ମୋନଜ କୁମାର ବେହେରା,ସୁନାବେଡ଼ା ଆଇ ଆଇ ସି ରମଣୀ ରଞ୍ଜନ ଦଳେଇ, ତହସିଲଦାର ଜ୍ୟାତି ରଥ, ସୁନାବେଡ଼ା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ପାତ୍ର ଉପସ୍ଥିତ ଥିଲେ । ଅତିଥି ମାନେ ସାଇବର ଠକେଇ କଣ ଏହାଠାରୁ କିପରି ବଞ୍ଚିବା ପାଇଁ କଣ ପଦକ୍ଷେପ ନେବା ଜରୁରୀ ସେ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଯାଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବରେ ୫ ନଂ ୱାର୍ଡର କାଉରସିଲର ମନୋଜ ସୁନା, ୨ନଂ ୱାର୍ଡର ରାମ ବେନୀୟା ଉପସ୍ଥିତ ରହି ନିଜସ୍ବ ବ୍ୟକ୍ତ ରଖିଥିଲେ । କୋରାପୁଟ ପୋଲିସ ଷ୍ଟେସନ ଇନ୍ସପେକ୍ଟର ସତ୍ୟଭାମା ବେହେରା ମଞ୍ଚ ପରିଚାଳନା କରିଥିଲେ । ଏସ ଆଇ ଦୀପକ କୁମାର ବାରିକ , ଏ ଏସ ଆଇ ବାଳ କୃଷ୍ଣ ରଥ, ଏ ଏସ ଆଇ କୃଷ୍ଣ ଚନ୍ଦ୍ର ବେହେରା, ଏହି ମାନେ ପରିଚାଳନା ରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଚିତ୍ରାଙ୍କନ ଓ ଭାଷାଜ୍ଞାନ ପ୍ରତିଯୋଗିତା କରାଯାଇଥିଲା । ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସେହି ପରି
ସିମିଳିଗୁଡା ସିତମ ଇଂରେଇଞ୍ଜି କଲେଜରେ ମଧ୍ୟ ସାଇବର ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୃଷ୍ଣ ସିଂ ,ସେମିଳିଗୁଡ଼ା ବ୍ଲକ ଅଧ୍ୟକ୍ଷ। ଲିଲି ଅଣ୍ଟାବିରିଆ, ସେମିଳିଗୁଡ଼ା ଅତିରିକ୍ତ ବିଡ଼ିଓ ଧିରେନ୍ଦ୍ର କଣ୍ଟାଗିରି, ସୁନାବେଡ଼ା ଏ ସ୍ ଡ଼ି ପିଓ ମୋନଜ କୁମାର ବେହେରା,ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର, କୋରାପୁଟ ଥାଉନ ଥାନା ଅଧିକାରୀ ସତ୍ୟଭମା ବେହେରା, ସେମିଳିଗୁଡ଼ା ସିଡ଼ିପିଓ ବିନୋଦିନୀ ବେହେରା,ସିମିଳିଗୁଡା ଆଇ ଆଇ ସି ସଚିନ୍ଦ୍ର ପ୍ରଧାନ , ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ