Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାଦିବସ ପାଳନ କଲା ଚାଷୀ ସଂଗଠନ

ଜମନକିରା : ସାରା ଦେଶରେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁରକ୍ଷେରୀ ଚାଷୀ ହତ୍ୟାକାଣ୍ଡକୁ ନେଇ ଆଜି ଅକ୍ଟୋବର ୩ ତାରିଖକୁ କଳା ଦିବସ ଭାବେ ପାଳନ କରାଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢିପା ଭାଗ୍ୟଲକ୍ଷ୍ମୀ ସଂଗଠନ ତରଫରୁ ଯାତ୍ରା ମଣ୍ଡପରେ ଠାରେ ମଧ୍ୟ କଳା ଦିବସ ପାଳନ କରାଯାଇଥିଲା। ସଂଗଠନର ସଭାପତି ତ୍ରିଲୋଚନ ପଟେଲ ଉକ୍ତ ସଭାରେ ସଭାପତିତ୍ୱ କରିଥିବାବେଳେ ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ଆବାହକ ଅଶୋକ ପ୍ରଧାନ ମୂଖ୍ୟଅତିଥି ଭାବେ ଯୋଗଦେଇ ଲକ୍ଷ୍ମୀପୁରଖୁରେ ଚାଷୀଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିଷୟରେ ଆଲୋକପାତ କରିଥିଲେ। ପ୍ରତିବାଦରେ କେନାଢିପା ଏବଂ ମହଦା ପଞ୍ଚାୟତର ଶତାଧିକ ଚାଷୀ ମୁଣ୍ଡରେ କଳା ଫିତା ବାନ୍ଧି, ହାତରେ ପ୍ଲାକାର୍ଡ ଧରି ସଭାରେ ପ୍ରତିବାଦ କରିଥିଲେ। ସଭା ପ୍ରାରମ୍ଭରେ ଲକ୍ଷ୍ମୀପୁରକ୍ଷେରୀ ରେ ପ୍ରାଣ ହରାଇଥିବା ଚାଷୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ବୈଠକରେ ଏମ୍ଏସପି ବୃଦ୍ଧି, ଜମିକୁ ଜଳସେଚନ, ଚାଷୀକୁ ପ୍ରତ୍ୟେକ ମାସ ୧୦ ହଜାର ଟଙ୍କା ପେନସନ, ବିଦ୍ୟୁତ ବିଲର ସଂଶୋଧନ, ପ୍ରାଇଭେଟ୍ ବୀମା କମ୍ପାନୀ ହଟାଇବା ଆଦି ବିଭିନ୍ନ ପ୍ରକାରର ଦାବି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସରପଞ୍ଚ କଲ୍ୟାଣୀ ନାଏକ, ତରୁଣୀ ନାୟକ, ସଂଗଠନର ସମ୍ପାଦକ ରାଜକିଶୋର ବେହେରା, ରାଜେଶ ନାୟକ, ହରେଶ ପଟେଲ, ଅଲେଖ ପଟେଲ, ବିରେନ୍ଦ୍ର ପଟେଲ, ପିଣ୍ଟୁ ନାୟକ, ଶୁଶିଲ ପଟେଲ, ପ୍ରଭାତ ନାୟକ, ପ୍ରକାଶ ନାୟକ, ସିମନ୍ତ ସାହୁ, ଦିଲୀପ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।