Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାଇବର ସଚେତନ ପକ୍ଷ ରେ ସାଇବର ଠକାମୀ ର ଶିକାର ହେଲେ କଲେଜ ଛାତ୍ରୀ

ଭବାନୀପାଟଣା, ୦୫/୧୦ (ଜଗନ୍ନାଥ ନାଏକ) : ବର୍ତମାନ ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି ଏବଂ ଏହି ସାଇବର ଠକାମୀ ରୁ ବଂଚିବା ପାଇଁ ପୋଲିସ ବିଭାଗ ତରଫରୁ ସାଇବର ସଚେତନ ପକ୍ଷ ପାଳନ କରାଯାଉଛିଏବଂ ସରକାର ଙ୍କ ତରଫରୁ ମଧ୍ୟ ବ୍ୟାପକ ସଚେତନ କରାଯାଉଛି କିନ୍ତୁ ତଥାବି ବହୁତ ଚାଲାକି ରେ ଲୋକଙ୍କ ଠାରୁ ଠକି ନେଉଛନ୍ତି ସାଇବର ଠକ l
କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ହାତୀଖୋଜ ଗାଁ ର ସୁଶାନ୍ତ ନନ୍ଦ ଙ୍କ ଝିଅ ସୀମା ନନ୍ଦ ଙ୍କ ଠାରୁ ସାଇବର ଠକ ୫୬ ହଜାର ଟଙ୍କା ଠକି ନେଇଛନ୍ତି l ସୀମାଙ୍କ କହିବା ଅନୁସାରେ ତାଙ୍କ ହ୍ୱାଟ୍ସଅପ କୁ ଏକ ମେସେଜ ଆସିଥିଲା ତୁମେ ଆମ ଭିଡ଼ିଓ ସବୁବେଳେ ଦେଖି ଲାଇକ କରୁଥିବାରୁ ସୁନାଗହଣା, ଏପଲ ମୋବାଇଲ ସହ ୧୫ ଲକ୍ଷ ର ଉପହାର ଜିତି ପାରିଛ ତେଣୁ ତୁମ ଠିକଣା ଦିଅ ଆମେ କୋରିଅର ରେ ପଠାଇବୁ ଏବଂ ତାଙ୍କ ପାଖକୁ ୯୨୩୧୬୬୭୦୦୨୨୮ନମ୍ବର ରୁ ଏକ ଫୋନ କଲ ଆସିଥିଲା ଏବଂ କୋରିଅର ଟେକ୍ସ ବାବଦକୁ ୪ ହଜାର ପଠାଇବାକୁ କହିଥିଲେ ସାଙ୍ଗେ ସାଙ୍ଗେ ସୀମା ଏବଂ ତାଙ୍କ ବାପା ସୁଶାନ୍ତ ନନ୍ଦ ସେମାନଙ୍କ କଥା କୁ ବିଶ୍ୱାସ କରି ୪ ହଜାର ତାଙ୍କ ପାଖରେ ଗ୍ରାହକ ସୁବିଧା କେନ୍ଦ୍ର କୁ ଯାଇ ଟଙ୍କା ସେମାନେ ଦେଇଥିବା ଫୋନ ପେ ନମ୍ବର ୭୮୦୭୪୯୭୪୪୮ ରଂଜିତ ସିଂ ନାମରେ ଟଙ୍କା ପଠାଇ ଦେଇଥିଲେ l ତାପରେ ପୁଣି ଆପଲ ମୋବାଇଲ ରେଜିଷ୍ଟ୍ରସନ ବାବଦରେ ୧୫ ହଜାର ଏବଂ ଏଆରପୋର୍ଟ ରେ ଅନୁମତି ପାଇଁ ୩୭୦୦୦ ପଠାଇବା ପାଇଁ କହିଥିଲେ ଏବଂ ସୀମା ଏବଂ ତାଙ୍କ ବାପା ଗ୍ରାହକ ସୁବିଧା କେନ୍ଦ୍ର କୁ ଯାଇ ସବୁ ଟଙ୍କା ପଠାଇ ଥିଲେ l ସମୁଦାୟ ୫୬ ହଜାର ନେଇସାରିଲା ପରେ ପୁଣି ୫୧ ହଜାର ଟଙ୍କା ମାଗିଥିଲେ କିନ୍ତୁ ଆଉ ଟଙ୍କା ନଥିବା ରୁ ସୀମା ନନ୍ଦ ଅମଙ୍ଗ ହୋଇସବୁ ଟଙ୍କା ଫେରେଇ ଦେବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ସେମାନେ ଫୋନ ଅଫ କରିଦେଇଥିଲେ l