Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିରରେ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ

ଭବାନୀପାଟଣା, ୦୬/୧୦ (ଜଗନ୍ନାଥ ନାଏକ) :
ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିରରେ ଆୟୋଜିତ ହୋଇଯାଇଅଛି l ଉକ୍ତ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ନିହାରେନ୍ଦ୍ର ପଣ୍ଡା ମୁଖ୍ୟ ଅଥିତି ଭାବେ ଯୋଗଦାନ କରି ମହାବିଦ୍ୟାଳୟର ରକ୍ତ ଦାନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ତଥା ରକ୍ତଦାନର ଉପକାରିତା ବିଷୟରେ ଆଲୋକପାତ କରିଥିଲେ l ଉକ୍ତ ରକ୍ତଦାନ ଶିବିରଟି ବିକାଶ ଡ଼ିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟ, ବିକାଶ ଆଇ .ଟି. ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ମହାବିଦ୍ୟାଳୟ ,ବିକାଶ ନର୍ସିଂ ମହାବିଦ୍ୟାଳୟ ,ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ,ବିକାଶ ଆବାସିକ ବିଦ୍ୟାଳୟ ,ଏନ୍‌ .ଏସ୍‌ .ଏସ୍‌ ଓ ୟୁଥ୍ ରେଡ୍‌କ୍ରସ୍ ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ୍ ଭବାନୀପାଟଣାର ନିର୍ଦ୍ଦେଶକ ଡ଼ି. ଶ୍ୟାମ , ନିର୍ଦ୍ଦେଶକ ଡ଼ି. ରାମ କୁମାର ,ଅନୁଷ୍ଠାନର ଏକାଡେ଼ମିକ୍‌ ଇନ୍‌ଚାର୍ଜ୍ ଡ଼ି. ବିଜୟା ରକ୍ତଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ବିକାଶ ଅନୁଷ୍ଠାନର ପରିଚାଳନା କମିଟି ସଦସ୍ୟା ଡ଼ି. ପଦ୍ମିନୀ ସୁପରିଚାଳିତ କରାଇଥିଲେ I ଏଥି ସହିତ ଅନୁଷ୍ଠାନର ବିଜ୍ଞାନ ବିଭାଗ ଅଧ୍ୟକ୍ଷ୍ୟ ଡ଼. ଆଦିତ୍ୟ ପଟ୍ଟନାୟକ ,ଆଇ .ଟି. ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ଅଧ୍ୟକ୍ଷ ଡ଼. ସୁଦିପ୍ତ ଜେନା ,ନର୍ସିଂ ମହାବିଦ୍ୟାଳୟର ଅଧ୍ୟକ୍ଷା କେ. ଜୟଶ୍ରୀ ,ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ ,ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ I ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ମିଶ୍ର ଓ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ I ଏହି ଶିବିରରେ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା I