Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୫ ଶତକଡ଼ା ବିକଳାଙ୍ଗ ପ୍ରମାଣ ପତ୍ର ଥାଇ ବି ରାତୁ କାଡ୍ରାକା ଭତ୍ତା ପାଇବାରୁ ବଞ୍ଚିତ

ନାରାୟଣ ପାଟଣା୦୬।୧୦।୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଆଜି ଜଣେ ବିକଳାଙ୍ଗଙ୍କ ପାଇଁ ପୁଣି ଚର୍ଚ୍ଚା ମଧ୍ୟକୁ ଟାଣି ହୋଇଛି ।ବ୍ଲକ୍ ପ୍ରଶାସନର ଅପାରଗତା ପାଇଁ ଆଜି ଅନେକ ଲୋକ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି।ସ୍ଥାନୀୟ ବ୍ଲକର ପେଦାଲୋଡା ପଞ୍ଚାୟତ ଅନ୍ତର୍ଗତ ବାର୍ଲାମଣ୍ଡା ଗ୍ରାମର ୬୫ ଶତକଡ଼ା ବିକଳାଙ୍ଗ ଥିବା ଜଣେ ବ୍ୟକ୍ତି ସରକାରଙ୍କ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି।ବାର୍ଲାମଣ୍ଡା ଗ୍ରାମର ୪୦ ବର୍ଷିଆ କାଡ୍ରାକା ରାତୁ ତିନି ବର୍ଷ ତଳେ ଶୀତ ଦିନେ ଅତ୍ୟଧିକ ଥଣ୍ଡା ଯୋଗୁଁ ନିଆ ପାଖରେ ବସିଥିଲେ।ସେଇ ସମୟରେ ତାଙ୍କର ହଠାତ୍ ମୂର୍ଚ୍ଛା ବେମାର ବାହାରି ପଡ଼ିବାରୁ ସିଏ ନିଆଁରେ ପଡ଼ି ଜାଇଥିଲେ।ଏହା ଦେଖି ତାଙ୍କୁ ନିଆଁ ସେକି ହେଉଥିବା ସାଙ୍ଗ ସାଥୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।ହେଲେ ନିଆଁରେ ପଡି ତାଙ୍କର ବାମ ହାତ ସମ୍ପୂର୍ଣ ପୋଡ଼ି ଜାଇଥିଲା। ସେହି ଦିନ ଠାରୁ ସେ ନିଜର ବାମ ହାତ ସମ୍ପୂର୍ଣ ହରାଇ ବସି ଥିଲେ । ଗରିବ ଅସହାୟ ଆଦିବାସୀ ବ୍ୟକ୍ତି ଜଣକ ନିଜର ହାତ ହରାଇବା ପରେ ପରିବାର ଚଳାଇବା ତାଙ୍କ ପାଖେ କଷ୍ଟକର ହେଇ ପଡ଼ିଥିବାରୁ ସ୍ତ୍ରୀ ବୁରି କାଡ୍ରାକା ନିଜର ଦୁଇ ଝିଅ ସମେତ ପରିବାର କେମିତି ଚଳାଇବେ ଦେଖି ଚିନ୍ତାରେ ପଡି ଯାଇଥିଲେ।ଦୁଇଟି ଝିଅଙ୍କ ପାଠ ପଢ଼ା ବନ୍ଦ୍ କରାଇ କୁଳିଭୂତି କରିବାକୁ ବାହାରି ପଡିଲେ।ଶେଷରେ ସ୍ଵାମୀଙ୍କ ପାଇଁ ଏକ ବିକଳାଙ୍ଗ ପ୍ରମାଣ ପତ୍ର ବନାଇବା ପାଇଁ ଆବେଦନ କଲେ।ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବରୁ ସିଏ ଏବେ ଭତା ପାଇବାରୁ ବଞ୍ଚିତ ଥିବା ଜଣା ପଡିଛି।ଖାଲି ସେତିକି ନୁହେଁ ତାଙ୍କ ନାମରେ ଏବେ ରାସନ୍ କାର୍ଡ ଖଣ୍ଡିଏ ମଧ୍ୟ ହେଇ ନଥିବା ସିଏ ଦୁଃଖର ସହ କହିଛନ୍ତି।ତେଣୁ କରି ଉକ୍ତ ଗରିବ ପରିବାର ପ୍ରତି ପ୍ରସାସନ୍ନ ଦୃଷ୍ଟି ଦେବାକୁ ସବୁ ମହଲରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ