Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଲେରୋ ଭିତରୁ ମୃତ ଦେହ ଉଧାର

ଲକ୍ଷ୍ମୀପୁର ୦୬/୧୦ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୋଲିସ ଆଜି ରେଲୱେ କଲୋନୀ ଭିତରେ ଥିବା ଏକ ବୁଲେରୋ ଗାଡ଼ି ଭିତରୁ ଜଣକର ମୃତ ଦେହ ଉଧାର କରିଛି।ମୃତକଙ୍କ ଘର ରାୟଗଡା ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ସିଏଚ୍ ଈଶ୍ୱର ରାଓ ବୋଲି ଜଣାପଡିଛି।ଏନେଇ ଆରପିଏଫ ଏଏସଆଈ କେ.ଏସ.ଭିଏନଏସ.ଆପାରାଓ ଲକ୍ଷ୍ମୀପୁର ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଆଇଆଇସି ସୁଜ୍ଞାନୀ ସାହୁ,ଏସଆଈ ପଞ୍ଚାନନ ଶତପଥୀ ଓ ଏଏସଆଈ କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ।ଷ୍ଟେସନ ରାସ୍ତାରେ ଥିବା ରେଳ ବିଭାଗର ଅତିଥି ଭବନ ସମୁଖରେ ରେ ଓଡ଼ି -୨୦-୫୨୭୨ନମ୍ୱରର ଏକ ବୁଲେରୋ ଗାଡ଼ି ଭିତରେ ଗାଡି ମାଲିକ /ଚାଳକଙ୍କ ମୃତ ଦେହ ଦେଖି ତଦନ୍ତ ଆରମ୍ଭ କରିଥିଲେ।ସେଠାରେ ଥିବା ଅତିଥି ଭବନର ରୋଷେଇଆ ଭାସ୍କର ରାଓ ରାୟଗଡ଼ାରୁ ଗୁରୁବାର ଦିନ ଉକ୍ତ ବୁଲେରୋ ଗାଡ଼ି ରେ ଲକ୍ଷ୍ମୀପୁରକୁ ଆସି ଥିଲେ।ରାତିରେ ଚାଳକ ରାୟଗଡ଼ା ନଯାଇ ଅତିଥି ଭବନ ସମୁଖରେ ରଖି ଗାଡି ଭିତରେ ହିଁ ଶୋଇ ପଡିଥିଲେ।ଆଜି ସକାଳେ ରୋଷେଇଆ ଭାସ୍କର ରାଓ ଗାଡି କୁ ଦେଖି ପାଖକୁ ଯାଇଥିଲେ, ସେଠାରେ ଈଶ୍ୱର ରାଓ ଙ୍କ ଅବସ୍ଥା ଦେଖି ରେଲୱେ ଡାକ୍ତର କୁ ଆଣି ଦେଖା ଇବା ପରେ ସେ ମୃତ୍ୟୁ ହୋଇଥିବା ଜାଣି ଅନ୍ୟ ମାନଙ୍କୁ କହିଥିବା ରୋଷେୟା ପୋଲିସ ଙ୍କୁ କହିଥିଲେ।ରେଳ ବିଭାଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲକ୍ଷ୍ମୀପୁର ଥାନାକୁ ଜଣାଇଥିଲେ।ଖବର ଶୁଣି ମୃତ ବ୍ୟକ୍ତିଙ୍କ ଝିଅ ସିଏଚ ସନ୍ଧ୍ୟାରାଣୀ ଜ୍ୱାଇଁ ଏମ କିଶୋର କୁମାର ପହଞ୍ଚି ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପାଇ ଲକ୍ଷ୍ମୀପୁର ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।ବର୍ତ୍ତମାନ ମୃତ୍ୟୁର କାରଣ ଅଶ୍ୱଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ