Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ଅପହରଣ ସହ ଆକ୍ରମଣ ଅଭିଯୋଗରେ ତିନି କୋର୍ଟ ଚାଲାଣ

ନାରାୟଣ ପାଟଣା ୦୬।୧୦।୨୩ କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକରେ ଏବେ ଗୁଣି ଗାରେଡ଼ି ମାମଲା ବଢ଼ିବାରେ ଲାଗିଚି।ଆଜି ଏଇଭଳି ଏକ ଘଟଣା ସାରା ବ୍ଲକରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମାଙ୍କଡଝୋଲା ଗ୍ରାମରେ କେତେକ ଲୋକ କିଛିଦିନ ହେବ ମୃତ୍ୟୁବରଣ କରିଥିବା ବେଳେ କେତେକ ଅସୁସ୍ଥ ଥିବା ଜଣା ପଡିଚି।ସେମାନଙ୍କୁ ଗୁଣି କରିଥିବା ସନ୍ଧେହ ରେ ଜଣେ ବ୍ୟକ୍ତିକୁ ଅପହରଣ କରି ନେଇ ଦାନ୍ତ ଭାଙ୍ଗି ଦେବା ସହ ସଂଙ୍ଘ ବଦ୍ଧ ଭାବେ ଆକ୍ରମଣ କରଆଯାଇଛି।ଏନେଇ ନାରାୟଣ ପାଟଣା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ସୂତ୍ର ରୁ ପ୍ରକାଶ ମାଙ୍କଡ ଝୋଲା ଗ୍ରାମରେ କିଛି ଦିନ ହେବ କେତେକ ଲୋକଙ୍କ ଦେହ ଖରାପ ହେବା ସହ ମୃତ୍ୟୁବରଣ କରିଥିଲେ।ସେମାନଙ୍କୁ ପାତ୍ରପଡା ଗ୍ରାମର ଯୁଧିଷ୍ଠି କୁନ୍ଦାରିଆ କୁଆଡେ ଗୁଣି କରିଥିବା ସନ୍ଦେହ କରି ମାଙ୍କଡ଼ ଝୋଲା ଗ୍ରାମର ଉପେନ୍ଦ୍ର ପଞ୍ଚାଡ଼ିଆ,କ୍ଷେତ୍ର କୁନ୍ଦାରିଆ ଓ ବିନାୟକ ତାମ୍ବଡ଼ିଆ ତିନି ଜଣ ମିଶି ତାଙ୍କୁ ଅପହରଣ କରି ନେଇ ଏକ ଘର ଭିତରେ ହାତ ଗୋଡ ବାନ୍ଧି ଦୁଇଟି ଦାନ୍ତ ତାଡ଼ି ଦେବା ସହ ମୁଣ୍ଡ ଉପରେ ଆଘାତ ଦେଇଥିଲେ।ଶେଷରେ ଯୁଧିଷ୍ଟି କିଛି କାଇଦାରେ ସେଠାରୁ ଖସି ଯାଇ ପାଖ ଏକ ଜଙ୍ଗଲରେ ଲୁଚି ଯାଇଥିଲେ।ସେଠାରୁ ବୁଧବାର ରାତିରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନାରାୟଣ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।ଏନେଇ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କଲା ପରେ ଆଜି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଇସଡିପିଓ ବିରଞ୍ଚି ନାରାୟଣ ଜଗତ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ