Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଶ୍ରୀଜିଉଙ୍କ ଦର୍ଶନ କରିବେ ମମତା ବାନାର୍ଜୀ

ଭୁବନେଶ୍ୱର: ଆଜି ଶ୍ରୀଜିଉଙ୍କ ଦର୍ଶନ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲିଠୁ ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀ ମଧ୍ୟ ଆସିଛନ୍ତି।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଯୋଗୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। କଡା ସୁରକ୍ଷା ବଳୟ ଭିତରେ ମମତା ଶ୍ରୀଜିଉଙ୍କ ଦର୍ଶନ କରିବା ସହ ପତିତପାବନ ଧ୍ବଜା ବନ୍ଧା ଦେଖିବାର ଯୋଜନା ମଧ୍ୟ ରହିଛି। ଏହାପରେ ଆଉ କିଛି ନିର୍ମାଣସ୍ଥଳୀ ବୁଲି ଦେଖିବାର ଯୋଜନା ମଧ୍ୟ ରହିଛି। ଏହା ପରେ ସେ ୨୩ତାରିଖରେ ଭୁବନେଶ୍ୱର ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷରେ ମମତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ