Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବେ କି ଗିଲ୍ ? ବଡ଼ ଅପଡେଟ୍ ଦେଲେ କୋଚ୍ ରାହୁଲ ଦ୍ରାବିଡ଼

ନୂଆଦିଲ୍ଲୀ: ଦିନିକିଆ ବିଶ୍ଵକପରେ ନିଜର ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତର ଚିନ୍ତା ବଢି ଯାଇଛି। କାରଣ ଫର୍ମରେ ଥିବା ଶୁଭମନ ଗିଲଙ୍କୁ ଡେଙ୍ଗୁ ହୋଇଥିବା ସନ୍ଦେହ କରାଯାଉଛି। ଫଳରେ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଗିଲଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି। ଯଦି ଗିଲ୍ ଖେଳିବାରୁ ବଞ୍ଚିତ ହୁଅନ୍ତି ତେବେ ଇଶାନ କିଷନଙ୍କୁ ଇନିଂସ ଓପନ କରିବାକୁ ସୁଯୋଗ ମିଳିପାରେ। ତେବେ ଏହାକୁ ନେଇ ଚିତ୍ର ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ। ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ସଙ୍କେତ ଦେଇଛନ୍ତି ଯେ, ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଯିବ।

ଦ୍ରାବିଡ଼ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗିଲ୍ ନିଜକୁ ଠିକ୍ ଅନୁଭବ କରୁଛନ୍ତି। ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ସେ ପ୍ରଥମ ମ୍ୟାଚରୁ ଏ ଯାଏ ବାଦ୍ ପଡ଼ି ନାହାନ୍ତି। ଡାକ୍ତରୀ ଦଳଙ୍କ ଅପଡେଟକୁ ଅପେକ୍ଷା କରାଯାଇଥିବା ମୁଖ୍ୟ କୋଚ୍ କହିଛନ୍ତି।

ଗତ କିଛି ସମୟ ଧରି ଏକ ଦିବସୀୟ ଅନ୍ତର୍ଜାତୀୟରେ ଭାରତର ସବୁଠୁ ସଫଳ ବ୍ୟାଟର ଗିଲଙ୍କୁ ଜ୍ଵର ହୋଇଛି। ଯଦି ସେ ପ୍ରଥମ ମ୍ୟାଚରୁ ଖେଳିବାରୁ ବଞ୍ଚିତ ହୁଅନ୍ତି ତେବେ ଇଶାନ କିଷନ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ। ଯଦି ଗିଲଙ୍କୁ ଡେଙ୍ଗୁ ହୋଇଛି ତେବେ ତାଙ୍କୁ ସୁସ୍ଥ ହେବାରେ ଏବଂ ସଂପୂର୍ଣ୍ଣ ଫିଟ୍ ହେବା ପାଇଁ ୧୦ ଦିନର ସମୟ ଲାଗିପାରେ। ଯଦି ପ୍ଲେଟଲେଟରେ ଅଧିକ ହ୍ରାସ ଘଟିଥିବ ତେବେ ତାଙ୍କୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗିପାରେ। ଫଳରେ ଗିଲଙ୍କୁ ଅକ୍ଟୋବର ୧୧ ଆଫଗାନିସ୍ତାନ ଓ ଅକ୍ଟୋବର ୧୪ ପାକିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ି ପାରନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ