Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ; ରାଜ୍ୟରେ ଆଇନଶୃଙ୍ଖଳା ଠିକ୍‌ ନାହିଁ କହି ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ

ଭୁବନେଶ୍ବର: ରାଜ୍ୟର ଆଇନଶୃଙ୍ଖଳାଙ୍କୁ ନେଇ ବିରୋଧୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାର କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଉପରେ ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କହି ବିରୋଧୀମାନେ ରାଜ୍ୟବାସୀଙ୍କୁ ଅପମାନିତ କରୁଛନ୍ତି । ଗୃହ ବିଭାଗର ଖର୍ଚ୍ଚ ଦାବି ଉତ୍ତରରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ରାଜ୍ୟରେ ଆଇନଶୃଙ୍ଖଳା ଠିକ ନଥାନ୍ତା, ତା’ହେଲେ ରାଜ୍ୟକୁ ପୁଞ୍ଜିନିବେଶ ଆସନ୍ତା ନାହିଁ। ଦେଶରେ ଓଡ଼ିଶାକୁ ସବୁଠାରୁ ଅଧିକ ପୁଞ୍ଜିନିବେଶ ଆସୁଛି। ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନଥାନ୍ତା, ନିବେଶ ଆସିନଥାନ୍ତା। ଓଡ଼ିଶାରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଠିକ୍‌ ନଥିବା କହିବା ଓଡ଼ିଶାବାସୀଙ୍କୁ ଅପମାନ କରିବା ସହ ସମାନ।

ଯେଉଁମାନେ ଏପରି କହୁଛନ୍ତି, କିଛି ମନେ ରଖିବା ଉଚିତ। ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ରେ ନିବେଶକମାନେ ଆସି କହୁଛନ୍ତି ଓଡ଼ିଶାବାସୀ ଶାନ୍ତିପ୍ରିୟ। ଯିଏ ବି ଆସୁଛନ୍ତି, ତାଙ୍କର ପ୍ରଥମ ମନ୍ତବ୍ୟ ହେଉଛି ଓଡିଶାା କେତେ ସୁନ୍ଦର ଓ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାର ଲୋକେ ଶାନ୍ତିପ୍ରିୟ ହୋଇଥିବାରୁ ସେମାନଙ୍କ ପାଇଁ ମୁଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାସହିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ମଧ୍ୟ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଏକ ସମ୍ବେଦନଶୀଳ ଘଟଣା।ଏହାକୁ ନେଇ ଏବେବି ତଦନ୍ତ ଚାଲିଛି ଏ ଯାଏ ସରିନି। ହେଲେ ବିରୋଧୀ କେଉଁଠୁ ଏ‌ତେ ତଥ୍ୟ ପାଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଶସ୍ତା ରାଜନୀତି ପାଇଁ ବିରୋଧୀ ମିଛ କହୁଛନ୍ତି। ମୋ ସରକାର ସର୍ବଦା ନ୍ୟାୟ ପକ୍ଷରେ ଛିଡ଼ା ହୋଇଥାଏ।

ସଠିକ୍‌ ସମୟ ଆସିଲେ ଘଟଣାର ପର୍ଦ୍ଦାଫାସ୍‌ କରାଯିବ। ହତ୍ୟାକାଣ୍ଡ ପଛରେ କିଏ ରହିଛି ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେସବୁର ତଥ୍ୟ ଦିଆଯିବ। ସେମାନଙ୍କୁ ଦଣ୍ଢବିଧାନ ମଧ୍ୟ କରାଯିବ। ତଦନ୍ତ ପ୍ରକ୍ରିୟା ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ପରିଚାଳିତ ହେଉଛି। ଏହାସତ୍ତ୍ବେ ବିରୋଧୀ ଅଭିଯୋଗ ଆଣୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ