Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୁମୁସର ଜିଲ୍ଲା ଦାବିରେ ଆସନ୍ତା 11 ତାରିଖରେ ବେଲଗୁଣ୍ଠାବନ୍ଦ ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, 07/10,ଘୁମୁସର ଜିଲ୍ଳା ଦାବି ନେଇ ଆସନ୍ତା ଏଗାର ତାରିଖରେ ବେଲଗୁଣ୍ଠା ବନ୍ଦ ଡାକରା ଦିଆଯାଇଛି I ଏନେଇ ଆଜି ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟରେ ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଅତିଥି ରୂପେ ଘୁମୁସର ଜିଲ୍ଳା ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ,ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା, ରୋଟାରୀ କ୍ଲବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବଣିକ ସଂଘ ସମ୍ପାଦକ କୈଳାସ ମହାପାତ୍ର,କୋସାଧକ୍ଷ କେ ବୁଲୁ ପାତ୍ର,ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ , ସମ୍ପାଦକ ବିଜୟ କୁମାର ସାମଲ ,ଉପସଭାପତି କୈଳାସ ପାତ୍ର,କୋସାଧକ୍ଷ ଅଶୋକ କୁମାର ପଣ୍ଡା,ପ୍ରମୁଖ ଅତିଥି ଯୋଗ ଦେଇ ଏଗାର ତାରିଖରେ ଶାନ୍ତି ଶୃଙ୍ଖଳାରେ ବନ୍ଦ ପାଳନ ସହିତ ଘୁମୁସର ଜିଲ୍ଳା ଗଠନ ହେଲେ ଅଞ୍ଚଳବାସୀ କେଉଁ କେଉଁ ସୁବିଧା ସୁଯୋଗ ପାଇବେ ସେହି ସମ୍ପର୍କରେ ଆଲୋଚନା କରିଥିଲେ I ଆଜିର କାର୍ଯ୍ୟକ୍ରମରେ ଅଟୋ ଚାଳକ ସଂଘର ସଭାପତି,ସମ୍ପାଦକଙ୍କ ସମେତ ବେଲଗୁଣ୍ଠା ପରିବା ମାର୍କେଟ ସଙ୍ଘ ସମ୍ପାଦକ ଲକ୍ଷଣ ପ୍ରଧାନ ଓ ବହୁ ସଦସ୍ୟ, ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, କଳିଙ୍ଗ ବଶ୍ୟ ସଙ୍ଘ ସଭାପତି ଏ ଟ୍ରିପତି ପାତ୍ର, ଙ୍କ ସହ ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ I ଏଗାର ତାରିଖ ସକାଳ ଛଅ ଘଣ୍ଟା ଠାରୁ ସନ୍ଧ୍ୟା ଛଅ ଘଣ୍ଟା ପର୍ଯ୍ୟନ୍ତ ବେଲଗୁଣ୍ଠାରେ ଯାନବାହନ,ଦୋକାନ ବଜାର ସମେତ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ I ଆନ୍ଦୋଳନକାରୀ ମାନେ ବେଲଗୁଣ୍ଠାର ବିଭିନ୍ନ ଛକରେ ପିକେଟିଂ କରିବା ସହିତ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରିବେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ