Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତହସିଲ କାର୍ଯ୍ୟାଳୟ ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗ୍ରହ।

କୋକସରା:୦୮/୧୦ କଳାହାଣ୍ଡି ଜିଲ୍ଲା ରେ ପ୍ରଥମ ଥର ପାଇଁ କୋକସରା ତହସିଲ କାର୍ଯ୍ୟାଳୟ ପକ୍ଷରୁ କୋକସରା ତହସିଲଦାର ଦେବବ୍ରତ କରାଟି ଙ୍କ ତ୍ୱତ୍ବାବଧାନ ରେ କୋକସରା ତହସିଲ୍ କାର୍ଯ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ କୋକସରା ଉତ୍ତମ କୁମାର ବାଗ, ସମ୍ମାନିତ ଅତିଥି ଭାବେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଡ଼. ନିୟତି ପଣ୍ଡା, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଓକିଲ ସଂଘ ସମ୍ପାଦକ ଲକି ଧର ମେହେର,ସମାଜସେବୀ ରମେଶ ଦୁର୍ଗା ଉପସ୍ଥିତ ରହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ। ଏହି ଅବସର ରେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ କୋକସରା ତହସିଲଦାର ଦେବବ୍ରତ କରାଟି ପ୍ରଥମେ ନିଜେ ରକ୍ତଦାନ କରିବା ସହ ଅନ୍ୟ ର ଜୀବନ କୁ ବିପଦ ସମୟରେ ରକ୍ତଦାନ କରି ବଞ୍ଚାଇବା ମଣିଷ ର ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ। ଏହି ଶିବର ରେ ପୋଲିସ, ଅଗ୍ନିଶମ ବିଭାଗ,ରାଜସ୍ବ ବିଭାଗ, ଅଙ୍ଗନୱାଡି କର୍ମି, ସାମ୍ବାଦିକ, ଶିକ୍ଷକ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସହଯୋଗ କରି ରକ୍ତଦାନ କରିଥିଲେ |ରକ୍ତଦାନ ଶିବିର ରେ ମୋଟ ୬୮ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିବା ବେଳେ ଧର୍ମଗଡ଼ ରୁ ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ | ଶିବର ଆୟୋଜନ ରେ ରାଜସ୍ୱ କର୍ମଚାରୀ ଝାନ୍ସି ରାଣି ଦିଶାରୀ, ମମତା ସାଏ, ବିମଲ ପୁଝାରି, ବୈଷ୍ଣବ ଜେନା, ଚନ୍ଦନ ଖମାରି, ରମଣି ରଞ୍ଜନ ପ୍ରଧାନୀ,ଆଇନଜୀବୀ ମାନସ ରଞ୍ଜନ ସିଂ, ତପନ ଦାସ, ପ୍ରେମଲାଲ ସିଂ, କର୍ମଚାରୀ ଦୀପକ କୁମାର ସାହୁ,ପ୍ରମୋଦ ବେହେରା,ଧନୁ ଦୁର୍ଗା, ପ୍ରଦୀପ୍ତ କୁମାର ସାହୁ, ଖଗେଶ୍ୱର ପାଣିଗ୍ରାହୀ, ଭୁବନେଶ୍ୱର ବାଗ, ପ୍ରମୋଦ ବେହେରା, କ୍ଷୀରସିନ୍ଧୁ ରାଉତ, ସମାଜସେବୀ ରମେଶ ଦୁର୍ଗା, ଧବଳେଶ୍ବର ନାଗ,କୌଶିକ ଦୁରିଆ,ପରମେଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ