Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପର ଦ୍ଵିତୀୟ ମ୍ୟାଚ୍ ବି ଖେଳି ନ ପାରନ୍ତି ଶୁଭମନ ଗିଲ୍, ତଥାପି ଦଳ ପାଇଁ ଆସିଲା ସୁଖବର

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ଓପନର ଶୁଭମନ ଗିଲ୍ ଡେଙ୍ଗୁରେ ପୀଡ଼ିତ ଅଛନ୍ତି। ମାତ୍ର ସୁଖଦ ଖବର ଏହା ଯେ, ସେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି। ଏହି କାରଣରୁ ଗିଲ୍ ବିଶ୍ଵକପର ପ୍ରଥମ ମ୍ୟାଚ୍ ଖେଳି ପାରି ନ ଥିଲେ। ଏବେ ସେ ଆଫଗାନିସ୍ତାନ ବିପକ୍ଷ ଦ୍ଵିତୀୟ ମ୍ୟାଚ୍ ବି ଖେଳି ନ ପାରନ୍ତି। ସଂପୂର୍ଣ୍ଣ ସୁସ୍ଥ ଏବଂ ଫିଟ୍ ହେବା ପରେ ସେ ମଇଦାନକୁ ଓହ୍ଲାଇବେ। ତେବେ ସେ ଦଳ ସହ ଦିଲ୍ଲୀ ଗଗସ୍ତ ପାଇଁ ନିଜର ବ୍ୟାଗ୍ ପ୍ୟାକ୍ କରି ସାରିଛନ୍ତି।

ସୂତ୍ର ଅନୁଯାୟୀ, ଗିଲ୍ ସୁସ୍ଥ ହେବାରେ ଲାଗିଛନ୍ତି ଏବଂ ଦଳ ସହ ଦିଲ୍ଲୀ ଯିବେ। ସେ ଦଳ ସହ ରହିବେ ଏବଂ ବିଶ୍ରାମ ପାଇଁ ନିଜ ଘର ଚଣ୍ଡିଗଡ଼ ଯିବାର ସମ୍ଭାବନା ନାହିଁ। ଆଶା କରାଯାଉଛି ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ମଇଦାନକୁ ଓହ୍ଲାଇବେ ବୋଲି ଜନୈକ ଅଧିକାରୀ କହିଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ ତାହା ଡାକ୍ତରୀ ଦଳଙ୍କ ରିପୋର୍ଟ ଉପରେ ନିର୍ଭର କରେ। ତାଙ୍କ ସ୍ଥାନରେ ପ୍ରଥମ ମ୍ୟାଚରେ ଇଶାନ କିଶନଙ୍କୁ ସୁଯୋଗ ମିଳିଥିଲା। ହେଲେ ସେ ଏହାର ଫାଇଦା ଉଠାଇ ପାରି ନାହାନ୍ତି।

ସୂଚନାଯୋଗ୍ୟ, ଚଳିତ ଦିନିକିଆ ବିଶ୍ଵକପରେ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ବୋଲର ଏବଂ କେଏଲ ରାହୁଲ ଓ ବିରାଟ କୋହଲିଙ୍କ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ବଳରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଛି। ଏକଦା ୨ ରନରେ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଭାରତ ରାହୁଲ ଓ ବିରାଟଙ୍କ ମଧ୍ୟରେ ୩ୟ ଓ୍ଵିକେଟରେ ୧୬୫ ରନର ଭାଗିଦାରୀ ବଳରେ ଭାରତ ମ୍ୟାଚକୁ ଜିତି ନେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ