Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମରା ଡିଭିଜନ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଜମନକିରା : ଜଙ୍ଗଲ ଓ ପରିବେଶ ବିଭାଗ ଅନ୍ତର୍ଗତ ବାମରା ବନଖଣ୍ଡ ଶାଖା ପକ୍ଷରୁ ବାମରା ଡିଭିଜନ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ଡିଭିଜନର ସଭା କକ୍ଷରେ ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି। ଡିଏଫଓ ସମୀର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବାମରା ବିଡିଓ ପୁଷ୍ପକ ପ୍ରଧାନ ମୁଖ୍ୟଅତିଥି,ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ, ବାମରା ଟିଏଫ୍ କଲେଜ ଅଧ୍ୟକ୍ଷ ଅଶୋକ ମେହେର, ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଅହିଂସା ମାଧ୍ୟମରେ ବନ୍ୟପ୍ରାଣୀଙ୍କ ଭଲ ପାଇବା ଜିଣି ହେବ ବୋଲି ମତପ୍ରକାଶ କରିଥିଲେ।ଜଙ୍ଗଲ ସୁରକ୍ଷା ଓ ବ୍ୟାପକ ବୃକ୍ଷ ରୋପଣ ମାଧ୍ୟମରେ ପ୍ରକୃତିର ସଂରକ୍ଷଣ ଓ ଅନ୍ୟପ୍ରାଣୀଙ୍କ ପ୍ରତି ନ୍ୟାୟ ଦିଆ ଯାଇପାରିବ ବୋଲି ବକ୍ତାଗଣ ମତ ପ୍ରକାଶ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଏସଇଏଫ ଜିତେନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ ଅନ୍ୟତମ ଏସିଏଫ୍ ଅଶୋକ ମେହେର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବାମରା ସମେତ କୁଚିଣ୍ଡା, ଜମନକିରା, ବଡ଼ରମା ଓ ଖଲାସୂଣି ରେଞ୍ଜ ର ରେଞ୍ଜର ଶରତ ପଣ୍ଡା, ଲକ୍ଷ୍ମୀନାରାୟଣ ନାୟକ,ଦୀପକ ମହାନନ୍ଦ, ମହେନ୍ଦ୍ର ସାହୁ, ଗରିଧାରି ପଧାନ ତଥା ଅନ୍ୟ କର୍ମଚାରୀ ଓ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ।