Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁଜନନେତା କାଂସିରାମଙ୍କ ମହାପ୍ରୟାଣ ଦିବସ ପାଳିତ

ଜମନକିରା : ବହୁଜନନେତା କାଂସିରାମଙ୍କ ନବମ ମହାପରାୟଣ ଦିବସ ଆଜି କୁଚିଣ୍ଡା ଶ୍ରମିକ ଭବନରେ ପାଳିତ ହୋଇଯାଇଛି। ଏହି ଅବକାଶରେ ଏକ ଉପଖଣ୍ଡ ସ୍ତରୀୟ ସମାବେଶରେ ସମ୍ବଲପୁରର ବାମସେଫ୍ ନେତା ରୁପେଶ ବାଘ, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ଦଳିତ ନେତା ହରିଶ ଦୀପ, ଆଦିବାସୀ ନେତା ଯୋଗେଶ୍ୱର ପଟ୍ଟା, ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ, ସାମାଜିକ କର୍ମୀ ପ୍ରେମସାଗର ଦେହେରିଆ, ନାରୀନେତ୍ରୀ ସୁରୁମତି ଦେହୁରୀଆ, କୁଚିଣ୍ଡାବାର ସଭାପତି ପ୍ରମୋଦ ଛୁରିଆ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମାନ୍ୟବର କାଂସିରାମ ଡ.ଆମ୍ବେଦକରଙ୍କ ଅଧୁରା କାମକୁ ଆଗେଇ ନେଇ ସମାନତା ପ୍ରତିଷ୍ଠା ଦିଗରେ ଅନେକ କିଛି କାମ କରିପାରିଛନ୍ତି ବୋଲି କହିଥିଲେ। ବକ୍ତାଗଣ କାଂସିରାମଙ୍କ ସଂଘର୍ଷପୂର୍ଣ୍ଣ ସଂଗ୍ରାମ ସଂପର୍କରେ ସୂଚନା ଦେଇ ଶତକଡା ୮୫ ଭାଗ ଲୋକ ବହୁ ଜନ ଅଟନ୍ତି ବୋଲି କହିଥିଲେ। ସେଦିନ ସେ ପ୍ରଥମେ ନାମକରଣ କରିଥିବାରୁ ଏମାନଙ୍କ ଏକତା ହିଁ କାଂସିରାମଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଂଜଳି ବୋଲି ମତ ଦେଇଥିଲେ। ଏହି ସଭାକୁ ସାମାଜିକ କର୍ମୀ ସୁରୁମଣି ସୁନାନୀ ସଂଯୋଜନା କରିଥିବା ବେଳେ ଶେଷରେ ରବିଦାସ ସମାଜର ଉପ-ସଭାପତି ସୁରେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରଦ୍ଧାକର ଜୟପୁରିଆ, ଭୋଲାନାଥ ମହାନନ୍ଦ, ପବନ ଲୁହା, ଜୟନାରାୟଣ ଛୁରା, ହୃଦାନନ୍ଦ ଶୁଣାଣି, ରମେଶ ପଧାନ, ବିନୋଦ ଭଇଁସା ପ୍ରମୁଖ ଏସଟି,ଏସସି ଓ ଓବିସି ବର୍ଗର ନେତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।