Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷେ ହେଲା ଅନ୍ଧାରରେ ଗ୍ରାମବାସୀ, ସମାଧାନ ନ ହେଲେ ଆନ୍ଦୋଳନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କଟଙ୍ଗପାଣି ପଞ୍ଚାୟତ ମୟୁରନାଚେନ ଜୁନାପଡାରେ ଗତ ଏକ ବର୍ଷରୁ ଅଧିକ ହେବ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି। ତେବେ ୭ ଦିନ ମଧ୍ୟରେ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ କରିବେ ବୋଲି ଆଜି ବୈଠକରେ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ, ଉକ୍ତ ପଡାରେ ୧୭ ଜଣ ବିପିଏଲ ପରିବାରର ଲୋକେ ରହୁଛନ୍ତି। ସେଠାରେ ଥିବା ଏକମାତ୍ର ଟ୍ରାନ୍ଫଫରମର ରୁ ଲାଇନ ସମସ୍ତ ପରିବାରଙ୍କ ଘରକୁ ସଂଯୋଗିକରଣ କରାଯାଇ ବିଦ୍ୟୁତ ବ୍ୟବହାର କରି ଲୋକେ ଉପକୃତ ହେଉଥିଲେ। ମାତ୍ର କୌଣସି କାରଣରୁ ଟ୍ରାନ୍ଫଫରମର ଟି ଗତ ୨୦୨୨ ମସିହା ଜୁଲାଇ ୮ ତାରିଖ ଦିନ ପୋଡିଯାଇଥିଲା। ଏନେଇ ଗ୍ରାମବାସୀମାନେ କନିଷ୍ଠ ଯନ୍ତ୍ରୀ ବିଦ୍ୟୁତ ବିଭାଗ ଜମନକିରା ଙ୍କୁ ଦରଖାସ୍ତ ମାଧ୍ୟମରେ ଗତ ଜୁନ ମାସରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ବିଦ୍ୟୁତ ବିଭାଗ ପକ୍ଷରୁ ନୂତନ ଟ୍ରାନ୍ଫଫରମର ଲଗାଯାଇଥିଲା। ହେଲେ ଦୁର୍ଭାଗ୍ୟର ବିଷୟ ପାଞ୍ଚ ଦିନ ଜଳିବା ପରେ ଚଡ଼କ ମାରିବାରୁ ଟ୍ରାନ୍ଫଫରମରଟି ପୁନର୍ବାର ପୋଡ଼ିଯାଇଥିଲା। ଏନେଇ ଗ୍ରାମବାସୀ କନିଷ୍ଠଯନ୍ତ୍ରୀ ବିଦ୍ୟୁତ ବିଭାଗଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଗତ ୩ମାସ ରୁ ଅଧିକ ହେବ ବିଭାଗ ପକ୍ଷରୁ କିଛି ପ୍ରତିକାର କରାଗଲା ନାହିଁ। ଏହା ଦୁର୍ଭାଗ୍ୟ ଯେ,ଡିଜିଟାଲ ଯୁଗରେ ବି ଗୋଟିଏ ପଡାର ଲୋକେ ବର୍ଷେ ରୁ ଉର୍ଦ୍ଧ ସମୟ ହେବ ଅନ୍ଧାରରେ କାଳାତିପାତ କରୁଛନ୍ତି। ଯାହା ଫଳରେ ପଡ଼ାବାସି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ୭ଦିନ ଭିତରେ ମୟୁରନାଚେନ ଗ୍ରାମରେ ଟ୍ରାନ୍ଫଫରମର ଲଗାନଗଲେ ଜମନକିରା ଇଲେକ୍ଟ୍ରି ଅଫିସ ସମ୍ବୁଖରେ ଆସନ୍ତା ୨୦ ତାରିଖ ଶୁକ୍ରବାର ଠାରୁ ଧାରଣାରେ ବସିବା ପାଇଁ ଗ୍ରାମବାସି ଆଜି ବୈଠକରେ ନିଷ୍ପତ୍ତି ନେଇଛନ୍ତି।
ଏସଂକ୍ରାନ୍ତରେ ବିଭାଗୀୟ କୁଚିଣ୍ଡା ଏସଡିଓ ସୁବ୍ରତ ପଣ୍ଡାଙ୍କୁ ଯୋଗାଯୋଗ କରି ପଚାରିବାରୁ ଯଥା ଶିଘ୍ର ପଡ଼ାରେ ଟ୍ରାନ୍ଫଫରମର ଲଗାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ