Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ, ସାହିତ୍ୟ କ୍ଷେତ୍ରରେ ରହିଥିଲା ଉଲ୍ଲେଖନୀୟ ଅବଦାନ

ଭୁବନେଶ୍ଵର: ପୂର୍ବତନ ପୋଲିସ ଡିଜି ତଥା ଖ୍ୟାତନାମା ଲେଖକ ଶରତ ଚନ୍ଦ୍ର ମିଶ୍ରଙ୍କର ଆଜି ସକାଳ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଭାଇ ତଥା ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୯୫୯ ମସିହା ବ୍ୟାଚର ଆଇପିଏସ୍ ଶରତ ଚନ୍ଦ୍ର ମିଶ୍ର ଡେଙ୍ଗୁରେ ଆକ୍ରାନ୍ତ ଥିଲେ।

ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ମିଶ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ଭାରତର ଗୁଇନ୍ଦା ଏଜେନ୍ସି ‘ର’ ପାଇଁ ମଧ୍ୟ କାମ କରିଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଶରତ ଚନ୍ଦ୍ର ମିଶ୍ରଙ୍କର ମରଶରୀରକୁ ବିଜେବି ନଗରସ୍ଥିତ ବାସଭବନକୁ ଅଣାଯିବ। ସେଠାରେ ମଧ୍ୟାହ୍ନ ୧୨ଟା ଯାଏ ଅନ୍ତିମ ଦର୍ଶନ ପରେ ଅପରାହ୍ଣରେ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ