Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Prajnan Mishra: ପ୍ରଥମ ଅନ୍ତର୍ଜାତୀୟ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଆ ପୁଅଙ୍କ ପ୍ରଜ୍ଞାନଙ୍କ କମାଲ, Under-8 Blitzରେ ଜିତିଲେ ବ୍ରୋଞ୍ଜ ପଦକ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଚେସ୍‌ ପ୍ରତିଭା ପ୍ରଜ୍ଞାନ ମିଶ୍ର ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଅହମଦାବାଦରେ ଆୟୋଜିତ West Asian Youth Chess Championship 2026ର Under-8 Blitz ବର୍ଗରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମାତ୍ର ୮ ବର୍ଷ ବୟସରେ ଏହି ସଫଳତା ତାଙ୍କୁ ଚର୍ଚ୍ଚାକୁ ଆଣିଛି।

ବିଶେଷ କଥା ହେଉଛି, ଏହା ପ୍ରଜ୍ଞାନଙ୍କ ପ୍ରଥମ ଅନ୍ତର୍ଜାତୀୟ ଚେସ୍‌ ପ୍ରତିଯୋଗିତା ଥିଲା। ପ୍ରଥମ ଥର ଅନ୍ତର୍ଜାତୀୟ ମଞ୍ଚରେ ଖେଳି ସେ ପଦକ ଜିତିବାରେ ସଫଳ ହୋଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ ଚେସ୍‌ ଜଗତରେ ଓଡ଼ିଶାର ଉପସ୍ଥିତିକୁ ଆହୁରି ମଜବୁତ କରିଛି।

ପ୍ରଜ୍ଞାନଙ୍କ ଏହି ସଫଳତାକୁ ନେଇ ଓଡ଼ିଶାର କ୍ରୀଡ଼ା ମହଲରେ ଖୁସିର ମାହୋଲ ରହିଛି। କମ୍‌ ବୟସରେ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତି ସେ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ