Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲ୍ୟବିବାହ ଉଚ୍ଛେଦ,ଶିଶୁ ଚାଲାଣ ଏବଂ ଶିଶୁ ଯୌନ ନିର୍ଯ୍ୟାତନା ଉପରେ ଏକ ଦକ୍ଷତା ବିକାଶ କର୍ମଶାଳା

ଜମନକିରା : ଜମନକିରା ସାମ୍ବାଦିକ ଭବନ ଠାରେ ଆଜି ମଙ୍ଗଳବାର ଦିନ ସିଡ଼ି ଜମନକିରା ଆନୁକୁଲ୍ୟରେ ଏବଂ କୈଳାସ ସତ୍ୟାର୍ଥୀ ଚିଲ୍ଡରେନ ଫାଉଡେସନଙ୍କ ସହଯୋଗରେ ଜମନକିରା ବ୍ଳକର ୬ଗୋଟି ପଞ୍ଚାୟତର ପିଆରଆଇ ମେମ୍ବରଙ୍କୁ ନେଇ ବାଲ୍ୟବିବାହ ଉଚ୍ଛେଦ,ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯ୍ୟାତନା ଉପରେ ଏକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅତିଥି ଭାବରେ ସୁନନ୍ଦା କିଷାନ ସମିତି ମେମ୍ବର କସଡା, ଲକ୍ଷ୍ମୀଧର ବିନ୍ଧାଣି, ଆଦି ପ୍ରସାଦ ମହାକୁଲ ପୂର୍ବତନ ସମିତି ସଭ୍ୟ, ଦିଲ୍ଲିପ ବହିଦାର ଅବସର ପ୍ରାପ୍ତ ଶିକ୍ଷକ, ଜମନକିରା ବ୍ଳକ୍ର ସାମ୍ବାଦିକ ବୃନ୍ଦ, ସମିତିସଭ୍ୟ ଜେମାଦେଇ ମାଝି ପ୍ରମୁଖ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟ ସଦସ୍ୟା ବାଲ୍ୟବିବାହ ଉଚ୍ଛେଦ,ଶିଶୁ ଯୌନ ନିର୍ଯ୍ୟାତନା,ଶିଶୁ ଚାଲାଣ ଉପରେ ତାଙ୍କର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ଥିବା ସମସ୍ତ ସଦସ୍ୟ ବାଲ୍ୟବିବାହ ଉଚ୍ଛେଦକୁ ନେଇ ଶପଥ ପାଠ କରିଥିଲେ। ସିଡି କର୍ମକର୍ତ୍ତା ପ୍ରଶାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସିଡି ର ପ୍ରକଳ୍ପ ନିର୍ଦ୍ଦେଶକ ଭୁବନେଶ୍ୱର ଦ୍ୱିବେଦୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସର୍ବଶେଷରେ ସଞ୍ଜୟ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସୋଭାଗିନି ବଗର୍ତ୍ତି, ବିନ୍ଦୁ ଛତର, ପ୍ରଦୀପ୍ତ ପ୍ରଧାନ, ଶିବନାରାୟଣ ବିଲହର, ସମୀର ମହାମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ