Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ମହିଳା କନିଷ୍ଠ ମହାବିଦ୍ୟାଳୟରେ ବନ୍ୟପ୍ରାଣୀ ସପ୍ତାହ ଉଦଯାପିତ; ବଡ଼ରମା ଅଭୟାରଣ୍ୟରେ ଶହେ ହାତୀ ଥିବା ସୂଚନା

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାସ୍ଥିତ ମହିଳା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ନାଏକଙ୍କ ସଭାପତିତ୍ବରେ ବନ୍ୟପ୍ରାଣୀ ସପ୍ତାହର ଉଦଯାପିତ ହୋଇଯାଇଛି। ଏଥିରେ ବଡ଼ରମା ଅଭୟାରଣ୍ୟର ଉପଦେଷ୍ଟା କମିଟିର ସଭ୍ୟ ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ରାଜ୍ୟରେ ଥିବା ତିନିଗୋଟି ଅଭୟାରଣ୍ୟ ଭିତରେ ଅନ୍ୟତମ ବଡ଼ରମା ଅଭୟାରଣ୍ୟରେ ଶହେଗୋଟି ହସ୍ତୀ ଥିବାବେଳେ ହାତୀ ଓ ମଣିଷ ଭିତରେ ଥିବା ଶତ୍ରୁତାକୁ ଦୂର କରିବାକୁ ହେଲେ ଜଙ୍ଗଲର ସୁରକ୍ଷା ଆବଶ୍ୟକ ବୋଲି ମତ ଦେଇଥିଲେ। କୁଚିଣ୍ଡା ଜଙ୍ଗଲ ମଂଚର ସଭାପତି ପରିମଳ ପଣ୍ଡା, କୁଚିଣ୍ଡା ଏସବିଆଇ ଲାଇଫର ଶାଖା ପରିଚାଳକ ରାଜକିଶୋର ଜେନା ସମ୍ମାନିତଅତିଥି ଭାବରେ ଯୋଗଦେଇ ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହାପରେ ଅତିଥି, ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର, ଛାତ୍ରୀଗଣ କଲେଜ ପଡିଆ ପରିସରରେ ବୃକ୍ଷ ରୋପଣ କରିଥିଲେ।ଶେଷରେ ଅଧ୍ୟାପକ ଅଧିକାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।