Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେଲି ଅଭିନେତା ସୋମଦତ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ଦୁଃଖଦ ଖବର ଆସିଛି। ଓଡିଆ ଟେଲିଭିଜନ ଜଗତର ବରିଷ୍ଠ ଅଭିନେତା ସୋମଦତ୍ତ ଦାସଙ୍କ ପରଲୋକ ହୋଇଛି। ଆଜି ଭୁବନେଶ୍ୱରର ସହିଦ ନାଗରସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା।

ଖବର ଅନୁଯାୟୀ, ସୋମଦତ୍ତ ଦାସ, ଲିଟୁ ଭାଇ ନାମରେ ବେଶ୍‌ ଜଣାଶୁଣା। ୧୫ ରୁ ଅଧିକ ଟିଭି ସିରିଏଲ୍‌ରେ ସେ ଅଭିନୟ କରିଛନ୍ତି। ସେ କିଛି ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ସେ ଟିଭି ସିରିଏଲ ‘ସିନ୍ଧୁର ବିନ୍ଦୁ’ରେ ଅଭିନୟ ପାଇଁ ଅଧିକ ଲୋକପ୍ରିୟତା ହାସଲ କରିଥିଲେ। ଏହା ବ୍ୟତୀତ ସେ ‘ଦାମିନୀ’, ‘ଦୁହିତା’, ଦେବୀ , ଦାସି’ ଧାରାବାହିକରେ କାମ କରିଛନ୍ତି। ସେ ଓଡିଆ ଚଳଚ୍ଚିତ୍ର ‘ଅଜବ ସଞ୍ଜୁର ଗଜବ ଲଭ୍‌’ରେ ମଧ୍ୟ ନିଜର ଅଭିନୟ ଦକ୍ଷତାକୁ ପ୍ରମାଣ କରିଛନ୍ତି। ସୋମଦତ୍ତଙ୍କ ବିୟୋଗ ଓଲିଉଡ୍‌ ଜଗତରେ ଅପୁରଣୀୟ କ୍ଷତି ସୃ‌ଷ୍ଟି କରିଛି।