Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅରୁଣୋଦୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାସ୍ଥିତ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଆଜି ମାନସିକ ବିଶ୍ଵ ଦିବସ ପାଳିତ ହୋଇଯାଇଛି। କୁଚିଣ୍ଡା ତାଲୁକ ସ୍ତରୀୟ ଆଇନ ସେବା କମିଟି ପକ୍ଷରୁ ଏହି ଦିବସକୁ ବିଦ୍ୟାଳୟ ସହ ମିଳିତ ଭାବରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ରାଜକିଶୋର ଲେଙ୍କାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିଲା। ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଦେଶାତ୍ମ ବୋଧକ ନୃତ୍ୟ ପରିବେଷଣ ପରେ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟବକ୍ତା ଭାବରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ. ସୁବୋଧ ନାୟକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ତାଲୁକ ସ୍ତରୀୟ ଆଇନ ସେବା କମିଟିର ସଦସ୍ୟ କରୁଣାକର କିସାନ, କୁଚିଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଚିତ୍ରା ମିଶ୍ର ପ୍ରମୁଖ ଭାଷଣ ଦେଇ ମାନସିକ ଭାରସାମ୍ୟ କୁ ରୋଗୀକୁ ଭଲପାଇ ଦୂର କରାଯାଇ ପାରିବ ବୋଲି କହିଥିଲେ। ଏହି ଚେତନତା ସଭାକୁ କମିଟିର ସମ୍ପାଦକ ଶାନ୍ତନୁ କୁମାର ସାହୁ ପରିଚାଳନା କରିଥଲେ। ମୁଖ୍ୟଅତିଥି ଭାବେ ଜିଲ୍ଲା ଦୌରା ଜଜ୍ ଶ୍ରୀ ଲେଙ୍କା ଯୋଗଦେଇ ତାଙ୍କ ଭାଷଣରେ ମାନସିକ ଶିଶୁଙ୍କ ସେବା,ଯତ୍ନ, ସୁରକ୍ଷା ଓ ଆଇନ ଗତ ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିବା ସହ ଶିଶୁଙ୍କ ଯତ୍ନ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ଶେଷରେ କୁଚିଣ୍ଡା ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟାପିକା ତଥା ଏନଏନଏସ ସଂଯୋଜିକା ବେଲମତି କୁମୁରାଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ଏକକ ଅଭିନୟ ମାଧ୍ୟମରେ ମାନସିକ ଶିଶୁଙ୍କ ଯତ୍ନ ଓ ସଚେତନତା ଧର୍ମୀ ବାର୍ତା ଦେଇଥିଲେ l ଶେଷରେ ଅନୁଷ୍ଠାନ ର ଉପଦେଷ୍ଠା ସଞ୍ଜୟ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ