Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ରାଜସ୍ୱ ଗ୍ରାମ ପାଇଁ ୨ ପଞ୍ଚାୟତ ରେ ଗ୍ରାମସଭା ଅନୁଷ୍ଠିତ।

କୋକସରା ତହସିଲ କାର୍ଯ୍ୟାଳୟ ଅଧୀନରେ ଥିବା ବଡ଼ ପୋଡ଼ାଗୁଡା ପଞ୍ଚାୟତ ର ଦାବ୍ରିଗୁଡା ଓ ମାଝୀଗୁଡା ପଞ୍ଚାୟତ ର ଦାବ୍ରିଗୁଡା କୁ ନୂତନ ସ୍ୱତନ୍ତ୍ର ରାଜସ୍ବ ଗ୍ରାମ ପାଇଁ ପୂର୍ବରୁ ଗ୍ରାମବାସୀ ମାନେ ଦାବି କରି ଆସୁଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ ଏହି ଦୁଇଟି ଗ୍ରାମ କୁ ରାଜସ୍ବ ଗ୍ରାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବୁଧବାର ଦାବ୍ରି ଗୁଡା ଗ୍ରାମ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ରେ ବଡ଼ ପୋଡ଼ାଗୁଡା ପଞ୍ଚାୟତ ସରପଞ୍ଚ ଯମୁନା ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ତହସିଲଦାର କୋକସରା ଦେବବ୍ରତ କରାଟି,ରାଜସ୍ୱ ପରିଦର୍ଶକ ଅଜୟ ସିରକା, ଆମପାଣି ରାଜସ୍ୱ ନିରୀକ୍ଷକ ବୈଷ୍ଣବ ଗୁରୁ, ଶରତ ଚନ୍ଦ୍ର ଶଗଡ଼ିଆ ପ୍ରମୁଖ ଉପସ୍ଥିତ ରହି ଦାବ୍ରି ଗୁଡା ଓ ସର୍ଗିଗୁଡା କୁ ନେଇ ନୂତନ ରାଜସ୍ୱ ଗ୍ରାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି। ସେହିପରି ମାଝୀଗୁଡା।ପଞ୍ଚାୟତ ଦାବ୍ରି ଗୁଡା ଖେଳ ପଡ଼ିଆ ରେ ଅପରାହ୍ନ ରେ ମାଝୀଗୁଡା ସରପଞ୍ଚ।ମାମି ବାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଦେବବ୍ରତ କରାଟି, ସମ୍ମାନିତ ଅତିଥି ଭାବେ ପାନାବେଡା ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ଵାରିକା ନାଥ ବାଗ, ବରିଷ୍ଠ ସାମାଜିକ କର୍ମି ଦୁର୍ଗା ନାଏକ, ଘନଶ୍ୟାମ ନାଏକ, ରାଜସ୍ୱ ପରିଦର୍ଶକ ଅଜୟ ରାଜ ସିରକ୍କା, କୋକସରା ଆର ଆଇ ଝାନ୍ସି ରାଣି ଦିଶାରୀ, ସମିତି ସଭ୍ୟା ମାଝୀଗୁଡା ନମିତା ଚଣ୍ଡି, ପ୍ରମୋଦ କିଶୋର ଦାସ, ବିକ୍ରମ କେତକୀ, ଡମ୍ବରୁ ଧର ଦୁର୍ଗା, ନିଳାମ୍ବର ମାଝୀ,ଉପସ୍ଥିତ ରହିଥିଲେ।।ତହସିଲଦାର ଶ୍ରୀ କରାଟି ଦାବ୍ରି ଗୁଡା ଓ କାଡୋପଡା କୁ ନେଇ ନୂତନ ରାଜସ୍ବ ଗ୍ରାମ ହେବା ନେଇ ବିଭାଗୀୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ କୁ ପଞ୍ଚକ ପୋଢ଼ ମଞ୍ଚ ପରିଚାଳନା କରିଥିଲେ।