Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ, ସମ୍ପୂର୍ଣ୍ଣ କ୍ରାନ୍ତି ମାଧ୍ୟମରେ ସାମାଜିକ ପରିବର୍ତ୍ତନ ସମ୍ଭବ

ଜମନକିରା : ଲୋକନାୟକ ଭାବରେ ଚର୍ଚ୍ଚିତ ଭାରତରତ୍ନ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଉତ୍ସବ ଆଜି କୁଚିଣ୍ଡା ସ୍ଥିତ ସମଲେଶ୍ଵରୀ ନର୍ସିଂ କଲେଜର ସଭାକକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିସହ ତାଙ୍କ ଅନୁଗାମୀ ମନ ମୋହନ ଚୌଧୁରୀଙ୍କ ଜୟନ୍ତୀ ଓ ବିଶ୍ଵର ପ୍ରଥମ ସର୍ବ କନିଷ୍ଠ ସହିଦ ବାଜିରାଉତ ଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା। ଏହି ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ସଭାପତିତ୍ବ କରିଥିବା ବେଳେ ଅତିଥି ଭାବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ, ଛତିଶଗଡ଼ ହାଇକୋର୍ଟର ଏଡ଼ଭୋକେଟ ଜୟପ୍ରକାଶ ମାଝୀ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ ଜୟପ୍ରକାଶଙ୍କ ସହ ତିନି ଜଣ ମହାପରୁଷଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ବକ୍ତାଗଣ ଜେପିଙ୍କ ଦଳୀୟ ବିହୀନ ରାଜନୀତି ଓ ରାଇଟ ଟୁ ରିକଲ( right to recall) ର ଆବଶ୍ୟକତା ଥିବା ସହ ସମୂର୍ଣ୍ଣ କ୍ରାନ୍ତି ହିନ ସମାଜର ପରିବର୍ତ୍ତନ ଆଣି ପାରିବ ବୋଲି କହିଥିଲେ। ପ୍ରାରମ୍ଭରେ ରଶ୍ମିକାନ୍ତ ସାମଲ ଅତିଥି ପରିଚୟ ସହ ଦିବସର ମହତ୍ତ୍ଵ ସଂପର୍କରେ ଆଲୋଚନା କରିଥିଲେ।ଶେଷରେ ରମେଶ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ