ମିଶନ ଶକ୍ତି ପକ୍ଷରୁ ଆଜି କାର୍ଯ୍ୟରତ ମହିଳାଙ୍କୁ ମିଳିଲା ୫୦ ସ୍କୁଟର


ଜମନକିରା : ଆଜି ଜମନକିରା ମିଶନ ଶକ୍ତି ବିଭାଗ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମିଶନ ଶକ୍ତି “ମୋ ସ୍କୁଟର” ଯୋଜନାର ଶୁଭାରମ୍ଭ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟା ସମୟରେ ମିଶନ ଶକ୍ତି ମୋ ସ୍କୁଟର ଯୋଜନା ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଓଡ଼ିଶାର ୩୦ ଜିଲ୍ଲା ୩୧୪ ବ୍ଲକରେ ଭିଡିଓ କନଫରେନ୍ସ ଦ୍ଵାରା ଶୁଭାରମ୍ଭ କରିଥିଲେ। ଜମନକିରା ବ୍ଲକରେ ପ୍ରଥମ ପର୍ଯ୍ୟlୟରେ ୫୦ ଜଣ ଏମ ବି କେ, ସି ଆର ପି, କୃଷୀମିତ୍ର, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ମାନଙ୍କୁ ସ୍କୁଟି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜମନକିରା ବିଡ଼ିଓ ପ୍ରସନ୍ନ ପଟେଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲିନି ସିଂ ପ୍ରମୁଖ ଉପସ୍ଥିତ ଥିଲେ। ମିଶନ ଶକ୍ତି ବିଭାଗ ପକ୍ଷରୁ ବ୍ଲକ ପ୍ରକଳ୍ପ ସଂଯୋଜକ ଚୂଡ଼ାମଣି ପ୍ରଧାନ ଓ ଭରପ୍ରlପ୍ତ ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ସରୋଜ ମିଶ୍ର ପରିଚାଳନା କରିଥିଲେ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।