ଜୀବିକା ମିଶନ ଏବଂ ମିଶନ ଶକ୍ତି ପକ୍ଷରୁ ଏକ ଦିବସୀୟ ଲିଙ୍ଗଗତ ବୈଧତା ଉପରେ ତାଲିମ ଶିବିର


ଜମନକିରା : ଜମନକିରା ଜୀବିକା ମିଶନ ଏବଂ ମିଶନ ଶକ୍ତି ପକ୍ଷରୁ ଆଜି ଏକ ଦିବସୀୟ ଲିଙ୍ଗଗତ ବୈଧତା ଉପରେ ତାଲିମ ଶିବିର ସ୍ଥାନୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରସନ୍ନ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆକାଉଣ୍ଟ ଅଫିସର ରୁଷଭ ମାଝୀ ଉପସ୍ଥିତ ରହି ମହିଳା ମାନଙ୍କ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରିଥିଲେ। ସମ୍ମାନୀୟ ଅତିଥି ଭାବେ ଓଡ଼ିଶା ଜୀବିକା ମିଶନ ଭାଗିଦାରୀ ରାଜ୍ୟସ୍ତରରେ କାର୍ଯ୍ୟରତ ପିସିଏ ନିର୍ଦ୍ଦେଶିକା ବିରଜାଲକ୍ଷ୍ମୀ ଷଡ଼ଙ୍ଗୀ ଲିଙ୍ଗଗତ ବୈଧତା ଉପରେ ବୁଝେଇ ଥିଲେ। ଜିଲ୍ଲା ସଂଜୋଜିକ ପ୍ରିୟଙ୍କା ସିଂ, ତାଲିମ ଦାତ୍ରି କେତକୀ ବେହେରା, ସୁଜାତା ପଣ୍ଡା, ବୈଷୟିକ ସଂଯୋଜୀକା ସୁନନ୍ଦା ମହାନ୍ତି ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଓଡ଼ିଶା ଜୀବିକା ମିଶନ ର ଭାରାପ୍ରାପ୍ତ ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ସରୋଜ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏଥିରେ ମୋଟ ୪୨ ଜଣ ଏମବିକେ ଏବଂ ପ୍ରେରଣା ଦିଦି ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ। ଶେଷରେ ଜୀବିକା ସଂଯୋଜକ ଅକ୍ଷୟ ଟପୋ ଧନ୍ୟବାଦ ଅର୍ପଣ କରିଥିଲେ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।