Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତନ୍ତ୍ର ଉନ୍ନୟନ ପରିଷଦ ବ୍ଲକ ସ୍ତରିୟ ଖେଳ ପ୍ରତିଯୋଗିତା I

ନାରାୟଣ ପାଟଣା ୧୧/୧୦/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଠାରେ ଆଜି ସତନ୍ତ୍ର ଉନ୍ନୟନ ପରିସଦ ତରଫରୁ ବ୍ଲକ ସ୍ତରୀୟ ଭଲିବଲ୍ ଓ ଫୁଟବଲ୍ ଖେଳ ପ୍ରତି ଯୋଗିତା ଅନୁଷ୍ଠିତ ହୋଇ ଯାଇଛି।
ସ୍ଵତନ୍ତ୍ର ଉନ୍ନୟନ ପରିଷଦର ବ୍ଲକ୍ ସଭାପତି ଲାଡୁ ହୁଲୁକାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲଷ୍ମୀ ମିଣ୍ୟାକା ଯୋଗ ଦେଇ ଖେଳର ଶୁଭଆରମ୍ଭ କରିଥିଲେ I ଏଥିରେ ବନ୍ଧୁଗାଁ ବ୍ଲକର ତେରଟି ପଞ୍ଚାୟତରୁ, ବନ୍ଧୁଗାଁ, କାବେରୀ ବାଡ଼ି, ବଡ଼ ସରପୋଲୀ, ନିଲାବାଡ଼ି, କାନାଗାଁ, ଆଲୋମଣ୍ଡା, ପେଦା ଅଲୋଡ଼ା, କାପୋଲୋଡା, କୁମ୍ବଗାଣ୍ଡା,କୁମ୍ଭାରୀ ପୁଟ, ଜାଗୁଗୁଡା, କୁଟ୍ରାବେଡା, ଓ ଗାରିଡି ପଞ୍ଚାୟତର ଖେଳାଳି ମାନେ ଯୋଗ ଦେଇଥିଲା ବେଳେ କୁଟ୍ରାବେଡା ଓ ବନ୍ଧୁଗାଁ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା।କୁଟ୍ରାବେଡା ପଞ୍ଚାୟତ ଟିମକୁ ବନ୍ଧୁଗାଁ ପଞ୍ଚାୟତର ଭଲିବଲ୍ ଟିମ୍ ୧୧ -୫ ବ୍ୟବଧାନରେ ପରାଜଜିତ କରିଥିଲା।ସେହି ପରି ବନ୍ଧୁଗାଁ ଓ ବଡ଼ ସରପୋଲୀ ଟିମ୍ ମଧ୍ୟରେ ଫୂଟ ବଲର ଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଏଥିରେ ବଡ଼ ସରପୋଲୀ ଦଳ ବିଜୟ ହୋଈଥିବା ବେଳେ ବନ୍ଧୁଗାଁ ଫୁଟବଲ୍ ଟିମ୍ ପରାଜିତ ହୋଇଥିଲା।ମଞ୍ଚଷିନ ଅତିଥି ମାନଙ୍କ ଦ୍ଵାରା ଦୁଇଟି ବିଜୟୀ ଟିମକୁ ୨୦ହଜାର ଟଙ୍କା ସହ ଟ୍ରଫି ଓ ଦୁଇଟି ପରାଜିତ ଟିମକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।ଏହି ପ୍ରତିଯୋଗିତାର ସମସ୍ତ ଦାୟିତ୍ଵ ବିଡ଼ିଓ ଅଭିନାସ ସେଠୀ ତୁଲାଇଥିବା ବେଳେ ବ୍ଲକର ସମସ୍ତ ପିଇଓ ମାନେ ସହଯୋଗ କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବନ୍ଧୁଗାଁ ଥାନା ତରଫରୁ ବ୍ୟାପକ ପୋଲିସ କର୍ମୀ ମୃତୟନ କରାଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ