Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ପୋଲିସର କଡ଼ା ଆଭିମୁଖ୍ୟ, ମଦୁଆ ଚାଳକ ସାବାଡ଼; ଗୋଟିଏ ଦିନରେ ଧରା ପଡିଲେ ୬

ଜମନକିରା : ଜମନକିରା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚାଳକ ମାନେ ନିଶା ସେବନ କରି ଗାଡ଼ି ଚଳାଉଥିବା ଅଭିଯୋଗ ପାଇବା ପରେ ଜମନକିରା ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ଗୋଟିଏ ଦିନରେ ୬ ଜଣ ମଦୁଆ ଚାଳକ ଙ୍କୁ ଧରି ସେମାନଙ୍କ ଠାରୁ ୬ ଟି ବାଇକ ଜବତ କରି ଥାନାରେ ରଖିଛି।
ପୋଲିସର ସୂଚନା ଅନୁଯାୟୀ, ଆଜି ଥାନା ପକ୍ଷରୁ ପାଟ୍ରୋଲିଂ ଚାଲୁଥିବା ବେଳେ କେତେ ଜଣ ମଦୁଆ ଙ୍କୁ ପୋଲିସ ଧରି ଗାଡ଼ି ଜବତ କରିଛି। ଆଉ ଚାଳକ ମାନଙ୍କ ନାଁ ରେ ମାମଲା ରୁଜୁ କରିଥିବା କଥା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ନିଶା ଚାଳକ ମାନେ ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡରମା ଗାଁର ଦେବାନନ୍ଦ ନାଏକ ର ପୁଅ ଅଜିତ ନାଏକ(୨୫), ତୁଲୁବ ଗାଁର ବୈକୁଣ୍ଠ ଝାଙ୍କର ର ପୁଅ ପାହାଡି ଝାଙ୍କର (୪୦), ଚିନିମହୁଲ ଗାଁର ବସନ୍ତ କିସାନ ର ପୁଅ ବିନୋଦ କୁସାନ (୨୧), ମୟୂରନାଚେନ ଗାଁର ବାଦଲ ବାଘ ର ପୁଅ ଗୋଲବଦନ ବାଘ(୪୮) ଏବଂ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପତ୍ରାଯୋରି ଗାଁର ଗୋବିନ୍ଦ ଡନସେନା ର ପୁଅ ସୁଶାନ୍ତ ଡନସେନା (୨୯) ଏମାନଙ୍କ ଠାରୁ ନିଶା ସେବନ କରି ବାଇକ ଚଳାଉଥିବା ଅଭିଯୋଗରେ ସେମାନଙ୍କ ପାଖରୁ ୬ ଟି ବାଇକ ଜବତ କରାଯାଇଛି। ସେଗୁଡିକ ହେଲା ଯଥାକ୍ରମେ ଓଡି ୨୮ ୧୭୨୦, ଓଆର୍ ୨୩ ୫୫୭୫, ଓଡ଼ି ୧୫ ଏସ ୦୭୧୫, ଓଡ଼ି ୧୫ ଡବ୍ଲୁ ୬୮୯୨, ଓଡ଼ି ୧୫ ଭି ୯୭୮୧, ଓଆର ୨୩ ବି ୦୮୨୪ ପ୍ରଭୁତି ବାଇକ ଗୁଡ଼ିକୁ ଜବତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ