Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇବର ଠକେଇ ସମ୍ପର୍କିତ ସଚେତନତା ବୈଠକ।ଟଙ୍କା ଲୋଭ ରେ କୌଣସି ଓଟିପି ନଦେବାକୁ ଅନୁରୋଧ।

ଲକ୍ଷ୍ମୀପୂର ୧୨.୧୦ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୋଲିସ ତରଫରୁ ସାଇବର ଠକେଇ ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିବା  କାର୍ଯ୍ୟକ୍ରମ ରେ କୋରାପୁଟ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ, ଲକ୍ଷ୍ମୀପୂର ଏସଡିପିଓ ବିରଞ୍ଚି ନାରାୟଣ ଜଗତ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଗିରିଜା ଚୌଧୁରୀ, ପୂର୍ବତନ ଅଧ୍ୟକ୍ଷ ବିରେନ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ସାଇବର ସୁରକ୍ଷା ରଥ କୁ ସ୍ୱାଗତ କରିଥିଲେ। ପ୍ରଥମେ ମଧ୍ୟାହ୍ନ ସମୟ ରେ  କଲେଜ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ  ଉପସ୍ଥିତ ହୋଇଥିବା ବେଳେ ସେମାନେ କିପରି ସାଇବର ସମ୍ପର୍କିତ ଠକେଇ ରେ ଶିକାର ନହେବେ ସେଥିସକାଶେ କୁହାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କୁ ନେଇଁ କଲେଜ ରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ଏକ ଶୋଭା ଯାତ୍ରା କରାଯାଇ ସାଧାରଣ ଲୋକଙ୍କୁ ସଚେତନତା ବାର୍ତା ଦିଆଯାଇଥିଲା। ଦ୍ୱିତୀୟ ସେସନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା, ଜିଲ୍ଲା ବିଜେଡ଼ି ସଭାପତି ଝିନ ହିକକା, ରାଜ୍ୟ ସାଧରଣ ସମ୍ପାଦକ କୈଳାଶ କୁଲେସିକା, ଡାକ୍ତର ନବକିଶୋର କୁଣ୍ଡୁ, ବିଡ଼ିଓ ପ୍ରୀତି ରଞ୍ଜନ ରଥ, ବ୍ୟାଙ୍କ ମ୍ୟାନେଜେର ରଂଜିତ ବେହେରା ,ମହାଦେବ ଶତପଥୀ,ପାରଦା କୁଲେସିକା, ମନୋଜ କୁମାର ସାହୁ, ପବିତ୍ର ସାଉଁତା ଙ୍କ ସମେତ ପୋଲିସ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ  ବୈଠକ ରେ ଗାଁ ର ଭଦ୍ର ବ୍ୟକ୍ତି ମାନଙ୍କ ସହ ବୟୋଜ୍ୟଷ୍ଟ, ଛାତ୍ର ଛାତ୍ରୀ ମାନ ଙ୍କୁ ସଚେତନତା କରାଯାଇଥିଲା । ବର୍ତ୍ତମାନ ଆଉ ଆଗ ଭଳି ଆଉ ଚୋର ନାହାନ୍ତି କିନ୍ତୁ ବର୍ତ୍ତମାନ ଉଚ୍ଚଶିକ୍ଷିତ ଚୋର ଆସିଯାଇଛନ୍ତି, ଯେଉଁମାନେ କି ଅତି କମ ସମୟରେ ଆପଣଙ୍କ ଘରକୁ ନଆସି ଲକ୍ଷ ଲକ୍ଷ ଟଙ୍କା ଆପଣ ମାନଙ୍କ ଏକାଉଣ୍ଟ ରୁ ଲୁଟି ନେଇଁ ଯାଉଛନ୍ତି, ସେମାନେ ଆଉ କେହି ନୁହଁନ୍ତି ସେମାନେ ହେଲେ ସାଇବର ଠକ ବୋଲି କୁହ ଯାଇଥିଲା। ଭିଡିଓ କଲ ଜରିଆରେ ଆପଣଙ୍କ ଅଶ୍ଳୀଳ ଭିଡିଓ ନେଇଁ ଆପଣଙ୍କୁ ବ୍ଲାକ ମେଲିଙ୍ଗ କରି ଟଙ୍କା ହଡପ କରିବା, ଓ ଲଟେରୀ ମାଧ୍ୟମରେ ଠକେଇ ହେବା ପୂର୍ବରୁ ଆପଣ ପୋଲିସ ର ସହାୟତା ନେବା ସକାଶେ କୁହା ଯାଇଥିଲା।ରାତା ରାତି ଟଙ୍କା ରୋଜଗାର କରିବାର ଆଶା ହୋଇ କାହାକୁ ଫୋନ ରେ ଓଟିପି, ପାସୱାର୍ଡ, ବ୍ୟାଙ୍କ ନମ୍ବର, ଆଧାର ନମ୍ବର ଇତ୍ୟାଦି ପ୍ରଦାନ ନକରିବାକୁ କୁହାଯାଇଥିଲା।ବିଶେଷ କରି ଝିଅ ମାନଙ୍କ ଦ୍ୱାରା ଏପରି ଫ୍ରଡ କଲ ଆସୁଥିବା ରୁ ଲୋକେ କିଛି ନଜାଣି, ଓ ଯୁବକ ମାନେ ଫସି ଯାଉଥିବା ରୁ ଏଥି ପ୍ରତି ସତର୍କ ରହିବାକୁ କୁହାଯାଇଥିଲା। କାର୍ଯ୍ୟକ୍ରମ ଜରିଆରେ ସଚେତନତା ନାଟକ ପରିବେଷଣ କରାଯାଇଥିବା ବେଳେ ମିନାପାଇ, ଲକ୍ଷ୍ମୀପୁର ସରସ୍ବତୀ ଶିଶୁମନ୍ଦିର ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସାଇବର ସେଲ ଏକ୍ସପୋର୍ଟ ସୁନୀଲ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଅନେକ ସଚେତନତା ବାର୍ତା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ଲକ୍ଷ୍ମୀପୂର ଥାନା ର ସମସ୍ତ କର୍ମଚାରୀ ସହ ମହାବିଦ୍ୟାଳୟ ର କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ