ରାଜ୍ୟ ବିଜେପିର ନୂଆ ସଭାପତି ହେଲେ ମହମୋହନ ସାମଲ


ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ହେଲେ ମହମୋହନ ସାମଲ। ସମୀର ମହାନ୍ତିଙ୍କ ସ୍ଥାନ ଅଧିକୃତ କଲେ ମନମୋହନ। ମନମୋହନଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଧାମନଗରର ବିଧାୟକ ଥିଲେ ମନମୋହନ। ମନମୋହନ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ସେ ପୂର୍ବରୁ ମଧ୍ୟ ବିଜେପି ସଭାପତି ଥିଲେ । ଏବେ ମନମୋହନଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ଲଢିବ ।

ଦାୟିତ୍ୱ ନେବା ପରେ ନିଜ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, ସମସ୍ତଙ୍କ ସାଥୀରେ ମିଶି କାମ କରିବି । ତାଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ଚାଲିଥିବା ଅନ୍ୟାୟ ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ  ଲଢିବ ବୋଲି ଶ୍ରୀ ସାମଲ କହିଛନ୍ତି । ୨୪ ବର୍ଷ ଧରି ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ହଟାଇବା ତାଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି ।